Featured

ଆସୁଛି ତିତଲୀ: ବହିପାରେ ୧୦୦ କିମି ବେଗରେ ପବନ

ନୂଆଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ଆଶଙ୍କା ରହିଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ଗୋପାଳପୁରରୁ ୭୨୦ କିଲୋମିଟର ଦୂରରେ ରହିଛି ଅବପାତ । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି । ଯେଉଁମାନେ ଯାଇଛନ୍ତି, ତୁରନ୍ତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୯ରୁ ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ବାତ୍ୟାର ଘନତ୍ୱ କେତେ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି । ଏହାର ପ୍ରଭାବରେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଓଡିଶାର ଉପକୂଳବ ର୍ୀ ଅଂଚଳ ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହିତ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ସମ୍ଭାବ୍ୟ ବାତ୍ୟା ନେଇ ସାରା ଓଡିଶାରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିସନର୍ ଏହାର ପୂର୍ବ ପ୍ରସ୍ତୁତି କରି ସାରିଛନ୍ତି । ସେ ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ ରଖିଛନ୍ତି ବୋଲି କହିଛନ୍ତି । ଡେପୁଟି ରିଲିଫ୍ କମିସନର୍ ପ୍ରଭାତ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ବାତ୍ୟା କେଉଁ ସ୍ଥଳଭାଗକୁ ଛୁଇଁବ ତାହା କାଲି ସ୍ପଷ୍ଟ ହୋଇଯିବ । ଏଥି ପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । କାଲିର ଛୁଟିକୁ ମଧ୍ୟ ବାତିଲ୍ କରାଯାଇଛି । ଏସ୍ଆର୍ସି, ଓସ୍ଡମାର କର୍ମଚାରୀମାନଙ୍କୁ ଛୁଟିରେ ଯିବାକୁ ଅନୁମତି ମିଳିନାହିଁ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top