Rural Odisha

ବାଘଠୁ ଅଧିକ ହିଂସ୍ର ହେଉଛନ୍ତି ବିଜେଡି ସରକାରଙ୍କ ପୋଲିସ୍ ପ୍ରଶାସନ: ବିଜେପି

ସାତକୋଶିଆର ଅଂଚଳରେ ଏବେ ସୁନ୍ଦରୀ ବାଘୁଣି ଅପେକ୍ଷା ଲୋକମାନଙ୍କୁ ସରକାରଙ୍କର ପୋଲିସ ବେଶି ଡରାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନତେୃତ୍ୱରେ ଏକ ପ୍ରତିନିଧୀମଣ୍ଡଳି ସାତକୋଶୀଆ ବୁଲି ଦେଖିବା ପରେ ଏକ ସାମ୍ବାଦିକ ସମ୍ମିଳନିରେ ଆସି କହିଛନ୍ତି କି ମିଛ ମୋକଦ୍ଦମାକରି ସାଧାରଣ ଲୋକମାନଙ୍କୁ ସମ୍ପୃର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ପୋଲିସ ଗିରଫ କରିବା ସହ ପ୍ରଶାସନ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରୁଛି । ଦୁଇ ଦୁଇଟି ଜିବନ ଯିବା ସତ୍ୱେ ଗାଁକୁ ଏବେ ସୁଦ୍ଧା କୌଣସି ସରକାରୀ ବାବୁ ଏବଂ ନିର୍ବାଚିତ ଜନପ୍ରତିନିଧୀମାନଙ୍କ ପାଦ ନପଡିବା ନିହାତି ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗତ କାଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀମଣ୍ଡଳି ସାତକୋଶିଆ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହେବା ସହ ସ୍ଥାନୀୟ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । ଗସ୍ତ ସଂପର୍କରେ ସୁଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି କି, ହାତିବାରୀ ଗାଁର ବୃଦ୍ଧା କୌଳାସ ଙ୍କୁ ବାଘ ମାରିଲା ପରେ ଗ୍ରାମବାସୀ ଅଭିଯୋଗ କରିଥିଲେ ହେଁ ସରକାର ଓ ବିଭାଗୀୟ ମନ୍ତ୍ରୀ କହିଲେ, ଏହା ବାଘ ଆକ୍ରମଣ ନୁହେଁ ଜଙ୍ଗଲର ଅନ୍ୟ ହିଂସ୍ର ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ପରେ ସେହି ଗାଁକୁ କୌଣସି ସରାକାରୀ ଅଧିକାରୀ ଗଲେ ନାହିଁ ଯାହାଫଳରେ ଜନଉତେଜନା ଦେଖାଯାଇଥିଲା । ପରେ ପୁଣି ଟାଇଁସ୍ ଗାଁରେ ଅକ୍ଟୋବର ୨୧ରେ ଜଣେ ବୃଦ୍ଧ (ତ୍ରିନାଥ ସାହୁ )ଙ୍କୁ ବାଘ ମାରିଲା । ସରକାରଙ୍କର ଏବେ ସୁଦ୍ଧା ସେଥିପ୍ରତି କୌଣସି ଯତ୍ନ ନାହିଁ କି ଲୋକମାନଙ୍କ ଭୟ ଦୂରକରିବାକୁ କେହି ବି ସରକାରୀ ଅଧିକାରୀ ଏବେ ଯାଏଁ ସେଠାରେ ପଂହଚି ନାହାନ୍ତି । ଲୋମାନେ ପ୍ରତିକ୍ରିୟାଶିଳ ହୋଇ ଆନ୍ଦୋଳନ କଲେ ମିଛ ମୋକଦ୍ଦମାରେ ଲୋକମାନଙ୍କୁ ଗିରଫ କରୁଛି ପୋଲିସ । ଏହି ବିଷୟ ଅଧିକ ଦୁଃଖଦାୟକ ବୋଲି ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି । ସାତକୋଶିଆ ଅଂଚଳରେ ଏବେ ଦିନରେ ବାଘ ଭୟ ଏବଂ ରାତିରେ ପୋଲିସ ଭୟ, ଅହରହ ବିଦ୍ୟୁତ କାଟ୍ ଆଦିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବ୍ରିଟିଶ୍ ସରକାରଠୁ ନବୀନ ସରକାରଙ୍କ ପୋଲିସ ଶାସନ ବଳିଯାଉଛି ବୋଲି ସେଠାକାର ସ୍ଥାନୀୟ ଲୋକେ ପ୍ରତିନିଧୀମଣ୍ଡଳିଙ୍କୁ କହିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।  ଟାଇଁସରେ ପ୍ରଥମେ ବିଜେଡି ନେତା ବଳଭଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜପଥ ବନ୍ଦ କରାଗଲା ଅଥଚ ପୋଲିସ ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନଙ୍କୁ ଗିରଫ କରି ଜେଲ୍ କାହିଁକି ପଠାଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳର ସଦସ୍ୟ ଦିଲ୍ଲୀପ ମଲ୍ଲିକ, ଜଗନ୍ନାଥ ପ୍ରଧାନ ଏବଂ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top