State

ବରଗଡ ବାଉଲସିଂହାରେ ଟୁଜି ଇଥାନଲ ଜୈବ-ବିଶୋଧନାଗାର ପ୍ରକଳ୍ପ ଉଦ୍ଘାଟିତ, ପ୍ରକଳ୍ପ ଆଦିବାସୀ ଓ ଚାଷୀଙ୍କ କଲ୍ୟାଣ ପାଇଁ ସମର୍ପିତ-ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସ୍ଲୋଗାନ ନଥିଲା ଏହା ଥିଲା ଦାୟିତ : ଧର୍ମେନ୍ଦ୍ର ପ୍ରଧାନ

ବରଗଡ ଜିଲାର ଭଟଲିର ବାଉଲସିଂହା ଠାରେ ଆଜି ଆରମ୍ଭ ହୋଇଥିବା ବିପିସିଏଲର ଟୁଜି ଇଥାନଲ ଜୈବ ବିଶୋଧନାଗାର ଆଦିବାସୀ ଓ ଚାଷୀଙ୍କ କଲ୍ୟାଣ ପାଇଁ ସମର୍ପିତ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେହିପରି ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା କେବଳ ସ୍ଲୋଗାନ ନଥିଲା ଏହା ଆମ ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବରଗଡର ବାଉଲସିଂହା ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପନା ଚାଷୀଙ୍କର ଆୟ ଦୁଇଗୁଣ କରିବା ପାଇଁ । ଏହି କ୍ରମରେ ଚାଷରୁ ବାହରୁ ଥିବା ନଡା, ବଜ୍ୟବସ୍ତୁରୁ ଇଥାନଲ ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ ଥିବାବେଳେ ଅଟଳ ବିହାରୀ ବାଜପେୟୀ ଏହି ପରିକଳ୍ପନା କରିଥିଲେ । କୃଷି, ଜଙ୍ଗଲ, ସହର ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ପ୍ରସ୍ତୁତ କରିବା ପାଇଁ । ତେବେ ଏହାପରେ ଯେଉଁମାନେ ସରକାରକୁ ଆସିଲେ ସେମାନେ ଏହା ଉପରେ ଦୃଷ୍ଟି ଦେଲେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଜିଲାରୁ ୧୭-୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦିତ ହେଉଛି, ତେଣୁ ଚାଷଜମିରୁ ବାହାରୁ ଥିବା ନଡା ସମେତ ବଜ୍ୟବସ୍ତୁକୁ ବ୍ୟବହାର କରି ବାୟୋଗ୍ୟାସ ଉତ୍ପାଦନ ପାଇଁ ବ୍ୟବସାୟିକ ଚୁକ୍ତି ହେବ ଏବଂ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯିବ । ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଦେଶରେ ହେବାକୁ ଥିବା ୧୨ ଟି ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ ପ୍ରକଳ୍ପ । ଜିଲାରେ ଏହିପରି ଆଉ ୫ଟି ପ୍ରକଳ୍ପ ହେବାର ସମ୍ଭାବନା ମଧ୍ୟ ରହିଛି । ଏହା ମୋଦି ସରକାରଙ୍କର ପଶ୍ଚିମଓଡିଶା ପାଇଁ ନୂଆଁଖାଇ ଭେଟି ବୋଲି କହିଥିଲେ ଶ୍ରୀ ପ୍ରଧାନ । ସେହିପରି ଧାନ ଫସର ମୂଲ୍ୟ ପ୍ରଧାନମନ୍ତ୍ରୀ ବୃଦ୍ଧି କରିବା ଫଳରେ ଜିଲାରେ ଗତଥର ୧୫୦୦ କୋଟି ଧାନ ବିକ୍ରୀ କରିଥିବା ବେଳେ କୁଇଟାଂଲ ପିଛା ୨୦୦ ଟଙ୍କା ବୃଦ୍ଧି ଘଟିଥିବା ହେତୁ ଏଥର ୧୭୦୦ କୋଟିଟଙ୍କା ଆସିବ । ଏହା ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଦାୟିତ୍ୱ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜି ହେଉଛି ସବୁଠାରୁ ଗୌରବର ଦିନ । ବରଗଡ ଜିଲାର ପରିଚୟ ଶିଳ୍ପୀ, କାରିଗରୀ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲାର ବୁଣାକାର ମାନଙ୍କର ହସ୍ତତନ୍ତ କେବଳ ଓଡିଶା, କି ଭାରତ ନୁହେଁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବରଗଡ ଜିଲାର ଚାଷ ଦେଶର ଅନ୍ୟତମ ଭାତହାଣ୍ଡି । ଚଳିତ ବର୍ଷ ୫୫ ଲକ୍ଷ ମେଟ୍କିକ ଟନ ଧାନ କିଣା ହେବାର ଲକ୍ଷ୍ୟ ରହିଛି । ଗତଥର ୪୯ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ୧୦ ଲକ୍ଷ ମେଟ୍ରିକ ଟନ୍ ଯାହାକି ସିଂହଭାଗ ବରଗଡରୁ ସଂଗ୍ରହ ହୋଇଥିଲା । ଏହାକୁ ଲକ୍ଷ୍ୟକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଏଠାରେ ୧୦୦୦ କୋଟିର ଏହି କାରଖାନା ହେବାକୁ ଯାଉଛି । ଆଗାଗୀ ଦିନରେ ଏହି ଅଂଚଳର ଆହୁରି ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଆଜି ଓଡିଶାର ଧାନ ଚାଉଳ ଅନ୍ୟ ରାଜ୍ୟର ଆବଶ୍ୟକତାକୁ ପୁରା କରିବାରେ ସକ୍ଷମ ହେଲାଣୀ । ଚାଇନା ସହ ପ୍ରଧାନମନ୍ତ୍ରୀ ଚୁକ୍ତି କରିଛନ୍ତି । ଅଣବାସୁମତୀ ଚାଉଳ ବାହାର ଦେଶକୁ ଯିବ । ବରଗଡ, ସମ୍ବଲପୁର ପରି ଜିଲାମାନଙ୍କର ଉତ୍ପାଦିତ ଚାଉଳର ଆଉ ଅଭାବିବିକ୍ରୀ ହେବନାହିଁ । ଗରିବ ଘରର ପିଲା ଆଜି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଚାଷୀଙ୍କ ପାଇଁ ସ୍ଲୋଗାନ ନୁହେଁ ବରଂ ଦାୟିତ୍ୱର ସହ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ଉପରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିକାଶ କାମରେ ରାଜନୈତିକ ଚଷମା ପିନ୍ଧିବା ଉଚିତ ନୁହେଁ, ଯାହା କହିଛନ୍ତି ସେ ଏହିକଥାକୁ ତାଙ୍କର ଚେଲାମାନଙ୍କୁ ପଢାଇବା ଦରକାର । ମନ ବଡ କଲେ ବରଗଡ ସହ ଓଡିଶାର ମାନ ସମ୍ମାନ ବଢିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବରଗଡ ଜିଲାରେ ଚାଷ ସହ କୀଟନାଶ ଔଷଧ ବ୍ୟବହାର ବଢିବା ଫଳରେ ଏଠାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ କି ସ୍ଥାନୀୟ ଲୋକମାନେ କହିବା ସହ ଏଠାରେ ଏକ କ୍ୟାନସର ହସପିଟାଲ କରିବାର ଦାବି କରିଛନ୍ତି । ଏହି ଜିଲାର ମିନେରାଲ ଡେଭଲମେଂଟ ଫଣ୍ଡ କୁଆଡେ ଯାଉଛି ବୋଲି ସେ ପ୍ରଶ୍ନ କରିବା ସହ ଏହି ଫଣ୍ଡରେ ଏଠାରେ କ୍ୟାନସର ହସପିଟାଲ ହେବା ଦରକାର ବୋଲି କହିଥିଲେ । ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ଗତ ମାସରେ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ବିମାନ ବନ୍ଦର ଲୋକାର୍ପଣ କରିଛନ୍ତି । ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କୁୃଷି ଓ ବୁଣାକାର ମାନଙ୍କ ପାଇଁ ଜିଲାରେ ଅପାର ସମ୍ଭାବନା ରହିଛି । ସାରା ରାଜ୍ୟର ଯୁବକ ମାନଙ୍କୁ ଏଠାରେ ନିଯୁକ୍ତି ଦେବାର ସୁଯୋଗ ରହିଛି ହେଲେ ଏହି ଜିଲାର ପ୍ରତିଘରର ପିଲା କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ନିଜର ବାପା ମା ପାଖରେ , ନିଜର ସ୍ତ୍ରୀ ପଲାଛୁଆଙ୍କ ପାଖରେ ରହି କାମ କରିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶଶୀଳ କାମ ଜାରି ରହିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏହି ପ୍ରକଳ୍ପ ମାସିକ ୩ କୋଟି ଲିଟର ଇନ୍ଧନ ଯୋଗ୍ୟ ଇଥାନଲ ଉତ୍ପାଦନକ୍ଷମ କାରଖାନା । ବାର୍ଷିକ ପ୍ରାୟ ୨ ଲକ୍ଷ ଟନ ନଡା କଂଚାମାଲ ଭାବରେ ବ୍ୟବହାର କରାଯିବ । ଏକ ଶୂନ୍ୟ ତରଳ ନିର୍ଗମନକାରୀ କାରଖାନା ଯେଉଁଠି ସମସ୍ତ ଜଳର ପୁନର୍ଚକ୍ରଣ ହେବ । ପ୍ରକଳ୍ପର ମୂଲ୍ୟ ୧୦୦୦ କୋଟି ରହିଥିବା ବେଳେ ଏହାଦ୍ୱାରା କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମୀଣ ଅଂଚଳର ପ୍ରାୟ ୧୨୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top