State

ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ଆଗାମୀ ରାଜନୀତି ଓ ନୂଆ ଭାରତର ପରିକଳ୍ପନା ଉପରେ ହେବ ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ଫୋକସ କରି ସାରିଛନ୍ତି । ଗତଥର ଓଡିଶା ଗସ୍ତରେ ଆସିଥିବା ବେଳେ ଓଡିଶାର ଲୋକ ପିସିରେ ପେସି ହୋଇଯାଉଛନ୍ତି ବୋଲି କହିଥିଲେ । ଯାହା ଆଜି ଓଡିଶାରେ ଏକ ପ୍ରସଙ୍ଗ ହୋଇଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଆସନ୍ତା ୨୪ ତାରିଖରେ ଖୋର୍ଦ୍ଧା ର ଐତିହାସିକ ବରୁଣେଇ ପାଦଦେଶରେ ଏକ ଜନସଭା ହେବ । ଏଥିରେ ଆଗାମୀ ରାଜନୀତି ଓ ନୂଆ ଭାରତର ପରିକଳ୍ପନା ଉପରେ ଆଲୋଚନା ହେବ । ଏଥିରେ ଲକ୍ଷାଧିକ କାର୍ଯ୍ୟକର୍ତା ଯୋଗଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ଅବସରରେ ସଭାସ୍ଥଳ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଖୋର୍ଦ୍ଧାର ଐତିହାସିକ ବରୁଣେଇ ଓଡିଆ ମାନଙ୍କ ସ୍ପନ୍ଦନ, ସଂସ୍କୁତି ଓ ସ୍ୱାଭିମାନର ପେଣ୍ଠସ୍ଥଳୀ । ଏହା ସହ ଓଡିଆ ମାନଙ୍କର ଭାବାତ୍ମକ ସମ୍ପର୍କ ରହିଛି । ଏହି ପୀଠରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ଭୋଧିତ କରିବେ । ଏଥିରେ ଲକ୍ଷାଧିକ ଜନସାଧାରଣ ଯୋଗଦାନ କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାଇକବିଦ୍ରୋହକୁ ରାଷ୍ଟ୍ରୀୟସ୍ତରରେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ପାଇକ ବିଦ୍ରୋହର ସ୍ମୃତିରେ ଡାକଟିକେଟ, କଏନ, ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଯେଉଁ ଚେୟାର ଦିଆଯାଇଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସବୁର ଲୋକାର୍ପଣ ହେବ । ଏହାସହ ଆଇଆଇଟି କ୍ୟାମ୍ପସ ଆସିବେ, ଭୁବନେଶ୍ୱର ଆଇଆଇଟିର ଲୋକାର୍ପଣ, ବ୍ରହ୍ମପୁର ସ୍ଥିତ ଆଇଜରର ଶିଳାନ୍ୟାସ ତଥା ଅନେକ ଗୁଡିଏ କାମର ଶୁଭାରମ୍ଭ ଓ ଗୁଡାଏ କାମର ଲୋକାର୍ପଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶା ଅପାର ସମ୍ଭାବନାର ରାଜ୍ୟ ହେବାପରେ ମଧ୍ୟ ପଛରେ ରହିଛି । ଏଠାରେ ରୋଜଗାର ମିଳୁନି, ପିଇବାପାଣି ମିଳୁନି, ଜଳସେଚନ ନାହିଁ । ଏହି ସବୁ ଆଜି ରାଜ୍ୟରେ ପ୍ରମୁଖ ପ୍ରସଙ୍ଗ ହୋଇଛି ବୋଲି ସେ କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top