State

ପୁଲିସ ଡିଜି ଆର ପି ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ

ପୁଲିସ ଡିଜି ଆର ପି ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି | କିଛି ଦିନ ପୂର୍ବରୁ ଚୟନ କମିଟି ଡାକ୍ତର ଶର୍ମାଙ୍କ ନାଁ ଏହି ପଦବୀ ପାଇଁ ରାଜ୍ୟପାଳଙ୍କ ନିକଟକୁ ସୁପାରିସ କରିଥିଲେ। ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ନାମକୁ ଅନୁମୋଦନ କରିଛନ୍ତି | ମାର୍ଚ୍ଚ ୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଲୋକାୟୁକ୍ତ ଚୟନ କମିଟି ବୈଠକରେ ଏହି ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇଥିଲା । ଏହାପରେ ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ଏହାକୁ ପଠାଯାଇଥିଲା | ତେବେ ଏହି ନିଯୁକ୍ତି ପରେ ନୂଆ ଡିଜିପି କିଏ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top