Twin City

ପୁଅ ମାନଙ୍କ ପାଇଁ ମନ୍ତ୍ରୀ ହଟହଟା

ପୁଅ ମାନଙ୍କ କାରନାମା ପାଇଁ ଏବେ ବଡ ହଟହଟା ହେଉଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଆଗରୁ ବଡ ପୁଅ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଥିବା ବେଳେ ଏବେ ପୁଣି ସାନ ପୁଅର କାଣ୍ଡ ତାଙ୍କୁ ଚିନ୍ତାରେ ପକାଇଛି । ସାନ ପୁଅ ଦେବପ୍ରିୟଙ୍କ ନାଁରେ ଆସିଛି ମରଣାତ୍ମକ ଆକ୍ରମଣ ଭଳି ସଙ୍ଗିନ ଆଭିଯୋଗ । ସେପଟେ ବିରୋଧିଙ୍କ ହଟ୍ଟଗୋଳ ନିଆଁ ରେ ଘିଅ ଢାଳିବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଦୁଇ ଦିନ ତଳେ ଘସିପୁରା ଥାନାରେ ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକଙ୍କ ଏତଲା ଅନୁଯାୟୀ ଦେବପ୍ରିୟ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରଶାନ୍ତଙ୍କ ଅଭିଯୋଗ ଯେ ସେ ଗୁହାଳିଆ ଯିବା ବାଟରେ ତାଙ୍କୁ ଅଟକାଇ ଦେବପ୍ରିୟ ଓ ତାଙ୍କ ସହ ପନ୍ଦର ଜଣ ସାମର୍ଥକ ଗାଳିଗୁଲଜ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

କିନ୍ତୁ ମନ୍ତ୍ରୀ ଶ୍ରୀ ପାତ୍ର ଘଟଣାକୁ ମିଥ୍ୟା କହିବା ସହ ଏହା ବିରୋଧୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି । ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ଓ ତାଙ୍କ ଭାଇ ନିରଂଜନ ପଟ୍ଟନାୟକଙ୍କ ନାଁରେ ଅଭିଯୋଗ କରି କହିଛନ୍ତି ଯେ ଏସବୁ ତାଙ୍କ ରାଜନୈତିକ ପତିଆରା ଓ ଭାବମୂର୍ତି ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ସୌମ୍ୟ ବାବୁଙ୍କ ମିଡିଆ ଜରିଆରେ ମିଛ ପ୍ରଚାର କରୁଛନ୍ତି । ବିଜେପି ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରୁଛି । ବିଜେପି କହିଛି ଗଣତନ୍ତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ । ମନ୍ତ୍ରୀ ଇସ୍ତଫା ସହ ଦେବପ୍ରିୟଙ୍କ ଗିରଫ ଦାବି କରିଛି କରିଛି ଦଳ । ସେପଟେ ନିରଂଜନ କଟାକ୍ଷ କରି କହିଛନ୍ତି ବିଗତ କୋଡିଏ ବର୍ଷ ଧରି ପାତ୍ର ପରିବାର ଯାହା ସବୁ କରିଛି ସିଏ ତାଙ୍କ ଆତ୍ମାକୁ ପଚାରନ୍ତୁ । କେନ୍ଦୁଝର ଡିଏସପି ହରିଶ ଚନ୍ଦ୍ର ପାଣ୍ଡେଙ୍କ କହିଛନ୍ତି ଘସିପୁରା ପୋଲିସକୁ ଗିରଫ ପାଇଁ ନିର୍ଦ୍ଧେଶ ଦିଆ ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top