Entertainment

ପାର୍ସଲ ବୋମା କାହାଣୀ: ପାଟଣାଗଡ

ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ନବ ବିବାହିତ ଦମ୍ପତିଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣର ସତ୍ୟ କାହାଣୀକୁ ନେଇ ମୁକ୍ତିଲାଭ କରିବାକୁ ଯାଉଛି ଦ୍ୱିଭାଷୀ ଚଳଚ୍ଚିତ୍ର ‘ପାଟଣାଗଡ’ । ଏହି ଚଳଚ୍ଚିତ୍ରଟି ଉଭୟ ଓଡିଆ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ରେଞ୍ଜ ରୟାଲ୍ ସିନେ ଲାବ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଶ୍ରୀଧର ମାର୍ଥା ଓ ନିର୍ଦ୍ଦେଶକ ରାଜେଶ ଟଚ୍ରିଭର୍ ଆଶା ରଖିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡ୍ ଅଭିନେତା ଅତୁଲ କୁଲକର୍ଣ୍ଣୀ, ମନୋଜ ମିଶ୍ର ଓ ଅନୁ ଚୌଧୁରୀ । ପ୍ରଯୋଜକ ପ୍ରଥମେ ଏହି ଚଳଚ୍ଚିତ୍ରର ନାମ ରଖିଥିଲେ ‘ବୁଲେଟ୍ ରାଜା’ । ଦର୍ଶକଙ୍କୁ ସତ୍ୟ ଘଟଣା ସହ ଯୋଡିବା ପାଇଁ ପରେ ଏହାକୁ ‘ପାଟଣାଗଡ’ ନାମରେ ପରିବର୍ତନ କରାଗଲା ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top