Entertainment

ନୂଆ ଫିଲ୍ମ ଜୀବନର ଚଲାପଥେ

ନନ୍ଦନରାଜ୍ ଫିଲ୍ମସ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ଜୀବନର ଚଲାପଥେ’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଦିଲ୍ଲୀପ ମହାନ୍ତି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ଏକ ନିଚ୍ଛକ ଓଡିଆ ଘରର କାହାଣୀକୁ ଏଥିରେ ଦର୍ଶାଯାଇଛି । ବର୍ଷା ଭାବନା ଖଟୁଆ, ଅଦ୍ୱିତୀ ଦାସ ଓ ସୌମ୍ୟକାନ୍ତ ଖଣ୍ଡାଇ ଏହାକୁ ପ୍ରଯୋଜନା କରିଛନ୍ତି ।

ସୌମ୍ୟକାନ୍ତ ଖଣ୍ଡାଇ, ରବି ମିଶ୍ର, ବାବୁ ପ୍ରଧାନ, ଟନିଆ ପ୍ରମୁଖ ଅନେକ କଳାକାର ଏଥିରେ ବିଭିନ୍ନ ଭୁମିକାରେ ଅଭିନୟ କରିଛନ୍ତି । ବରିଷ୍ଠ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୀତା ଦାସ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି । ସୌମ୍ୟକାନ୍ତ ଖଣ୍ଡାଇ ଏହାର କାହାଣୀ, ସଂଳାପ, ଗୀତ ଓ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦର୍ଶକଙ୍କ ମନକୁ ଏହା ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top