Market

ନୀତି ନିୟମ ଆଳରେ ଐତିହାସିକ ବାଲିଯାତ୍ରାକୁ ସମାଧି ଦେବାକୁ ବସିଛନ୍ତି ସରକାର: କଂଗ୍ରେସ

ଓଡିଶାର ଐତିହ୍ୟ ଏବଂ ପରମ୍ପରାର ନିଦର୍ଶନ ସ୍ୱରୂପ ବାଲିଯାତ୍ରା ଏକ ଗୌରବମୟ ଇତିହାସକୁ ଉଜ୍ଜିବୀତ କରି ରଖିଛି । ଓଡିଆ ସାଧବ ପୁଅର ଦୁଃସାହସିକ ଜଳଯାତ୍ରା ତଥା ଦରିଆ ପାରି ବେପାର ବଣିଜର ସନ୍ତକ ବହନ କରୁଥିବା ଐତିହାସିକ ବାଲିଯାତ୍ରାକୁ ବିଜୁ ଜନତା ଦଳ ସରକାର ନୀତି ନିୟମ ଆଳରେ ଏ ବର୍ଷ ସମାଧି ଦେବାକୁ ବସିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବା ତଥା କୋଟି କୋଟି ଟଙ୍କାର ବ୍ୟବସାୟ ହେଉଥିବା ଏହି ବାଲିଯାତ୍ରାର ସଫଳତା ନେଇ ଆଜି ସଂସୟ ସୃଷ୍ଟି ହୋଇଛି । କଟକ ଜିଲ୍ଲା କର୍ତୃପକ୍ଷ ନିଦ୍ଦିଷ୍ଟ ନୀତି ନିୟମ ଆଳରେ ବ୍ୟବସାୟୀଙ୍କୁ ଅସମ୍ଭବ ଭାବରେ ହଇରାଣ କରିବାକୁ ନେଇ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

ଓଡିଶା ସରକାରଙ୍କର ଏଭଳି ଐତିହ୍ୟ ଏବଂ ପରମ୍ପରା ବିରୋଧି ନୀତିକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । ନୂତନ ନୀତି ନିୟମ ଆଳରେ ପ୍ଲଟ ଆବଂଟନ ନୀତିକୁ ନେଇ ବ୍ୟବସାୟୀ ସଂଘର ଅସନ୍ତୋଷ ସହିତ ସାମିଲ ହୋଇଥିବା ଡେକୋରେସନ ଆସୋସିଏସନ ଏବଂ ସପ୍ଲାଇ, ଟେଂଟ ଓ ଦୋଳି ସଂଘ ମଧ୍ୟ ଅସନ୍ତୋଷ ଜାହିର କରିବା ସହିତ ବାଲିଯାତ୍ରାରୁ ଓହରି ଯିବାକୁ ନିଷ୍ପତି ନେଇଛନ୍ତି ଯାହା ଓଡିଶା ଇତିହାସରେ କେବେ ଦେଖାଯାଇ ନଥିଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସରକାର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେବାକୁ ଯାଇ ହଜାର ହଜାର ବ୍ୟବସାୟୀଙ୍କ ଜୀବିକା ସହିତ ଖେଳୁଛନ୍ତି, ଯାହାକୁ କଂଗ୍ରେସ ସଂପୂର୍ଣ୍ଣ ବିରୋଧ କରୁଛି ।

ଗତବର୍ଷ ପ୍ରତ୍ୟେକ ଷ୍ଟଲ ପାଇଁ ଜାଗା ବର୍ଗଫୁଟ ପ୍ରତି ୨୪ ଟଙ୍କାରେ ଯୋଗାଇ ଦିଆଯାଇଥିବା ବେଳେ ଏ ବର୍ଷ ସରକାର ତାକୁ ୪୩ ଟଙ୍କାକୁ ବୃଦ୍ଧି କରିବା ଅତ୍ୟନ୍ତ ନିନ୍ଦନୀୟ । ସରକାର ଏ ସମସ୍ତ ଦିଗ ପ୍ରତି ଯତ୍ନବାନ ହେବା ସହିତ ବାଲିଯାତ୍ରାକୁ କିପରି ସୁରୁଖୁରୁରେ ପରିଚାଳନା କରାଯିବ ତା’ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି କଂଗ୍ରେସ ଦାବି କରିଛି । ଓଡିଶାବାସୀଙ୍କର ଭାବାବେଗ ସହିତ ଜଡିତ ଥିବା ଐତିହାସିକ ବାଲିଯାତ୍ରାକୁ ନେଇ ସରକାର ତାଙ୍କର ନୀତି ସ୍ପଷ୍ଟ କରିବା ସହ କିପରି ବାଲିଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇପାରିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖପାତ୍ର ମନୋଜ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top