Twin City

ନାଳ ଭିତରେ ଅଖା, ଅଖା ଭିତରେ ଶବ

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳରେ ସ୍ଥାନୀୟ ଲୋକେ ଆଜି ସକାଳେ ଏକ ଅଖା ଭାସୁଥିବା ଦେଖିଥିଲେ |ଅଖା ନାଳରେ ଭାସୁଥିବାର ଦେଖି ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦେଇଥିିଲେ | ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଭିତରେ ଏକ ମୃତଦେହ ଥିବା ଜାଣିବାକୁ ପାଇଥିଲା |

ଅଗ୍ନିଶମ ବିଭାଗର ସହାୟତା ନେଇ ପୁଲିସ ନାଳରୁ ମୃତ ଦେହକୁ ଉଦ୍ଧାର କରି ଜବତ କରିଥିଲା | ବର୍ତମାନ ପର୍ଯ୍ୟନ୍ତ ମୃତକ ର ପରିଚୟ ମିଳିପାରିନଥିବା ପୁଲିସ କହିଛି | ଏହି ମୃତ୍ୟୁ ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଛି | ଏହା ଏକ ହତ୍ୟା ଘଟଣା ବୋଲି ସାଧାରଣରେ ଆଲଚନା ହେଉଛି |

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top