Market

ନାଲକୋ ଗ୍ରୀନ୍ ଆୱାର୍ଡସ -୨୦୧୮ ପାଇଁ ଆବେଦନ ପତ୍ର ଆହ୍ୱାନ

ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ନାଲକୋ ପକ୍ଷରୁ ରାଜ୍ୟସ୍ତରୀୟ ‘ଗ୍ରୀନ୍‍ ଆୱାର୍ଡସ’ର ଘୋଷଣା କରାଯାଇଛି । ଓଡ଼ିଶାର ଔଦ୍ୟୋଗିକ ପ୍ରଗତିରେ ସବୁଜ ବୈଷୟିକ ଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର୍‍ମାନଙ୍କୁ ସ୍ୱକୃତୀ ପ୍ରଦାନ ହେଉଛି ଏହି ପୁରସ୍କାରର ଉଦ୍ଦେଶ୍ୟ । ‘ନାଲକୋ ଗ୍ରୀନ୍ ଆୱାର୍ଡ୍ ଫର୍ ଇଞ୍ଜିନିୟରିଂ ଏକ୍ସିଲେନ୍ସ’ ନାମକ ଏହି ବାର୍ଷିକ ପୁରସ୍କାରଟି ଇଞ୍ଜିନିୟର ଦିବସ ଉପଲକ୍ଷେ ପ୍ରଦାନ କରାଯିବ । ପ୍ରଥମ ପୁରସ୍କାର ବିଜେତାଙ୍କୁ ୨ ଲକ୍ଷ ଟଙ୍କା ଏବଂ ମାନପତ୍ର, ଦ୍ୱିତୀୟ ପୁରସ୍କାର ପାଇଁ ୧ ଲକ୍ଷ ଟଙ୍କା ଓ ମାନପତ୍ର ଏବଂ ତୃତୀୟ ପୁରସ୍କାର ସ୍ୱରୂପ ଦୁଇ ଜଣ ବିଜେତାଙ୍କୁ ପ୍ରତ୍ୟେକ ୫୦,୦୦୦ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ।

ଏହି ପୁରସ୍କାର ପାଇଁ ନାଲକୋ ପକ୍ଷରୁ ଅନ୍ଲାଇନ୍ ଆବେଦନପତ୍ର ଆହ୍ୱାନ କରାଯାଉଛି । ଅବେଦନର ଶେଷ ତାରିଖ ୦୮.୧୨.୨୦୧୮ । ଇଚ୍ଛୁକ ଇଞ୍ଜିନିୟର୍ମାନେ କମ୍ପାନୀର ୱେବ୍ସାଇଟ୍ www.nalcoindia.com ଜରିଆରେ ଆବଶ୍ୟକୀୟ ଦସ୍ତାବିଜ ଓ ପ୍ରମାଣ ସହ ଆବେଦନ ଅନ୍ଲାଇନ୍ ଆବେଦନ କରିପାରିବେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top