Market

ନାଲକୋରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ନବରତ୍ନ କମ୍ପାନୀ ନାଲକୋର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ତଥା ଏହାର ଅନ୍ୟାନ୍ୟ ୟୁନିଟ୍ ମାନଙ୍କରେ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି । ଏ ବର୍ଷର ବିଷୟ ବସ୍ତୁ ଥିଲା “ଦୁର୍ନୀତି ଦୂରକର, ନୂଆ ଭାରତ ଗଢ଼” ।

ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କର୍ମଚାରୀ ମାନଙ୍କୁ ସାଧୁତା ଶପଥ କରାଇବା ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୦୦ ଟି ସ୍କୁଲ ଓ କଲେଜର ୪୦୦ ରୁ ଉଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

ନାଲକୋର ନିଗମ କାର୍ଯ୍ୟାଳୟ ଠାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଶ୍ରୀ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ. ତପନ କୁମାର ଚାନ୍ଦ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସତର୍କତା ସଚେତନତା ସପ୍ତାହ ପାଳନର ଗୁରୁତ୍ୱ ପ୍ରତିପାଦନ କରି ସେ କହିଥିଲେ ଯେ ଦକ୍ଷ ସତର୍କତା ବ୍ୟବସ୍ଥା ସୁଶାସନ ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏହି ସତର୍କତା ବ୍ୟବସ୍ଥାକୁ ଦୃଢ଼ କରିବାକୁ ହେଲେ ସାଙ୍ଗଠନିକ ସଂସ୍କୃତି ଏବଂ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବାକୁ ପଡିବ ବୋଲି ସେ କହିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top