Twin City

ଧାନ ଅଭାବି ବିକ୍ରି ଓ ମଣ୍ଡି ଖୋଲିବା ବିଳମ୍ବ ନେଇ ବିଭିନ୍ନ ଜିଲ୍ଲାରେ କିଷାନ କଂଗ୍ରେସର ଅନୁଧ୍ୟାନ ଟିମ୍

ଧାନ ଅମଳର ୨ ମାସ ବିତିଲାଣି, ସରକାର ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା ଓ ଚାଷୀଙ୍କୁ ଅଣଦେଖା ଯୋଗୁ ରାଜ୍ୟରେ ଏବେ ସୁଦ୍ଧା ୧୦ ପ୍ରତିଶତ ମଣ୍ଡି ଖୋଲା ଯାଇ ନାହିଁ । ଫଳରେ ବେପାରୀ ଓ ଦଲାଲମାନଙ୍କ ଦୌରାତ୍ମା ବଢ଼ିବାରେ ଲାଗିଛି । ଏଫ୍,ଏ,କ୍ୟୁର ନିମ୍ନମାନ ଓ ଆର୍ଦ୍ରତା ଆଳ ଦେଖାଇ ଧାନ ପ୍ରତି କ୍ୱିଣ୍ଟାଲରେ ଅନେକ ଜାଗାରେ ୫/୭ କେଜି କଟଣି ଛଟଣି ଚାଲିଛି । ମଣ୍ଡି ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ନିୟମ ମୁତାବକ ଚାଷୀ ଧାନ ଦେଇ ପାଉଣା ପାଇବା କାଠିକର ପାଠ । ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଚାଷୀର ବଳକା ଧାନ କିଣିବା ତ ଦୂରର କଥା ନାମ ପଞ୍ଜିକରଣରେ ତୃଟି ଦର୍ଶାଇ ମଣ୍ଡିରୁ ଧାନ ଫେରାଇ ଦିଆ ଯାଉଛି । କେବଳ ମଣ୍ଡି ଉଦ୍ଘାଟିତ ହୋଇ ମଣ୍ଡିରେ ତାଲା ଝୁଲୁଛି. ମିଲରମାନେ ଧାନ ନେବାକୁ ନାରାଜ । ଧାନ କ୍ରୟ କ୍ଷେତ୍ରରେ କୌଣସି ଅସୁବିଧା ସୃଷ୍ଟି ହେଲେ ବିଭାୟଗୀ ମନ୍ତ୍ରୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିବା କଥା କେବଳ ଧର୍ମକୁ ଆଖିଠାର ସଦୃଶ । ଚାଷୀଙ୍କ କଷ୍ଟ ଲବ୍ଧ ଉତ୍ପାଦିତ ଧାନକୁ ଲୁଟି ନେବାକୁ ସରକାରଙ୍କ ପରୋକ୍ଷ ଇଙ୍ଗିତରେ ମିଲର, ଦଲାଲ, ସମବାୟ ସମିତି ଓ ବ୍ୟବସାୟୀମାନେ ସାମିଲ ହୋଇଛନ୍ତି ।

ସରକାରଙ୍କର ଏହି ତୃଟିପୂର୍ଣ୍ଣ ନୀତିକୁ ପ୍ରତିବାଦ କରି ଚାଷୀଙ୍କର ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଆହ୍ୱାନରେ ଡିସେମ୍ବର ୧୫ ତାରିଖଠାରୁ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର, ରାୟଗଡା, ଦେବଗଡ ପ୍ରଭୃତି ଜିଲ୍ଲା କିଷାନ କଂଗ୍ରେସର କର୍ମକର୍ତ୍ତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅନେକ ସ୍ଥାନର ପ୍ରଶାସନର ଚରମ ଅବହେଳା ଯୋଗୁଁ ବିଳମ୍ବରେ ମଣ୍ଡିଖୋଲା ଯାଉଥିବା ଓ ବିଭିନ୍ନ ଆଳରେ ଚାଷୀଙ୍କ ଠାରୁ ଧାନରେ କଟଣି ଛଟଣୀ କରାଯିବା ଏବଂ ଏମ.ଏ୍ସ.ପିଠାରୁ ୪୦୦ ରୁ ୫୦୦ ଟଙ୍କା କମ୍ରେ ଚାଷୀଙ୍କଠାରୁ ଧାନ କିଣା ଯାଉଥିବା ଯୋଗୁଁ ଚାଷୀ ଘୋର ଅଭାବି ବିକ୍ରିର ଶିକାର ହେଉଛନ୍ତି । ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ଧାନ ମଧ୍ୟ କିଣାଯାଉ ନାହିଁ । ଚାଷୀ ପାଇଁ ମଣ୍ଡିରେ କୌଣସି ସୁବିଧା ନାହିଁ । ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ସରକାରଙ୍କ ଧାନ କିଣା ବ୍ୟବସ୍ଥା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ହୋଇଛି । ସରକାର କାଳ ବିଳମ୍ବ ନ କରି ଯଦି ଚାଷୀଙ୍କ ଏପରି ବୁଃସ୍ଥିତିକୁ ସୁଧାରିବା ପାଇଁ ଆଶୁ ବ୍ୟବସ୍ଥା ନ କରନ୍ତି କିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବ୍ୟାପୀ ମଣ୍ଡିଗୁଡିକରେ ଆନ୍ଦୋଳନ ଯୋରଦାର କରାଯିବ ବୋଲି ଚାଷୀ ନେତା କୃଷ୍ଣ ଚନ୍ଦ୍ର ନେପାକ, ସଚ୍ଚିଦାନନ୍ଦ ମହାକୁଡ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ଚୈତରାମ ନାୟକ, ଜତି ପ୍ରଧାନ, ଦୟାସାଗର ମେଣ୍ଡଲୀ, ଗୋବିନ୍ଦ ମିଶ୍ର, ଜଗନ୍ନାଥ ଜେନା, ସ୍ୱପ୍ନେଶ୍ୱର ପୃଷ୍ଟି, ରବିନ୍ଦ୍ର କୁମାର ହୋତା, ଗୋବିନ୍ଦ ପଟେଲ, ଭଗବାନ ଜେନା ପ୍ରମୁଖ ସରକାରଙ୍କୁ ଦୃଢ ଚେତାବନୀ ଦେଇଛନ୍ତିି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top