Rural Odisha

ଧର୍ମ ପରିବର୍ତ୍ତନ କରିବାକୁ ରାଜି ନୁହନ୍ତି ଧର୍ମାନ୍ତରୀତ୍ୱ ମହିଳାଙ୍କ ସ୍ୱାମି

ରାତି ପାହିଲେ ସ୍ୱାମୀ, ଜଗତର ନାଥ ଜଗନ୍ନାଥଙ୍କ ନାମ ଧରି ବାହାରି ଯାଉଛନ୍ତି କାମ କରିବାକୁ ଏବଂ ସ୍ତ୍ରୀ ଶ୍ରୀଯିଶୁଙ୍କ ନାଁରୁ ଆରମ୍ଭ କରୁଛନ୍ତି ନିଜର ଦିନଚର୍ଯ୍ୟା । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ । ଘଟଣାଟି ହେଉଛି ଢେଙ୍କାନାଳ ସ୍ଥିତ ପରଜଙ୍ଗ ସାହିର । ସ୍ୱାମୀ ଯୋଗୀନାଥ ନାଏକ ହିନ୍ଦୁ ଏବଂ ତାଙ୍କ ସ୍ତ୍ରୀ ବବି ନାଏକ ଖ୍ରୀଷ୍ଟ୍ରୀଆନ । ଯଦିଓ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଭିନ୍ନ ଧର୍ମର କିନ୍ତୁ ତାଙ୍କ ଦାମ୍ପତ୍ୟ ଜୀବନରେ ଧର୍ମ କେବେ ପାଚେରି ହୋଇ ଛିଡା ହୋଇନାହିଁ ।

ଯୁବା ସମୟରେ ଉଭୟ ହିନ୍ଦୁ ଧର୍ମର ଥିଲେ । ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା । ଆଜକୁ ପ୍ରାୟ ୯-୧୦ ବର୍ଷ ତଳେ ସ୍ତ୍ରୀ ବବି ହିନ୍ଦୁ ଧର୍ମ ତ୍ୟାଗ କରି ଖ୍ରୀଷ୍ଟ୍ରିଆନ ଧର୍ମ ଆପଣେଇଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ହିନ୍ଦୁ ଧର୍ମ ଛାଡି ନାହାନ୍ତି । ତେବେ ଏହି ଗ୍ରାମରେ କେବଳ ବବି ନୁହଁନ୍ତି ଏହା ଛଡା ପରଜଙ୍ଗ ସାହିର ପ୍ରାୟ ୩୦ ରୁ ଉର୍ଦ୍ଧ ମହିଳା ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ୍ରିଆନ ଧର୍ମ ଆପଣେଇଛନ୍ତି । କିନ୍ତୁ ତାଙ୍କ ସ୍ୱାମୀ ମାନେ ହିନ୍ଦୁ ଧର୍ମ ଛାଡି ନାହାନ୍ତି । ଗୋଟିଏ ଛାତ ତଳେ ହିନ୍ଦୁ – ଖ୍ରୀଷ୍ଟ୍ରିଆନ ଦମ୍ପତି ଏକାଠି ରହୁଛନ୍ତି । ଗୋଟିଏ ଛାତ ତଳେ ଗୀତା ଓ ବାଇବେଲକୁ ସମ୍ମାନ ମଧ୍ୟ ଦେଉଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top