Twin City

ଧଉଳୀ ବୁଲିବାକୁ ଯାଉଛନ୍ତି କି ? ଆଗପଛ ଦେଖିକି ଯାଆନ୍ତୁ

ରାଜଧାନୀ ଠାରୁ ମାତ୍ର କିଛି ଦୂରରେ ଅବସ୍ଥିତ ଧଉଳୀ ସ୍ତୁପ । ଏହି ଧଉଳୀ ସ୍ତୁପ ଦେଖିବାକୁ ପ୍ରତ୍ୟେକ ଦିନ ଶହଶହ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ ଧଉଳୀକୁ ଯାଉଥିବା ରାଜପଥ ଏବେ ସାଧାରଣ ଲୋକଙ୍କ ପାଇଁ ବିପଦ ପାଲଟିଛି । ଏହି ରାଜପଥରେ ଚାଲିଛି ଲୁଟେରାଙ୍କ ଆତଙ୍କ । ଏହି ଅଂଚଳରେ ଘଟିଛି ଗୋଟିଏ ରାତିରେ ଦୁଇ ଦୁଇଟି କାଣ୍ଡ । ଧଉଳୀ ରାସ୍ତାରେ ବାଇକ ଚଢି ଯାଉଥିବା ଦୁଇ ଜଣ ଯୁବକଙ୍କୁ ଦୁର୍ବୃତ ମାନେ ଅଟକାଇ ଲୁଟପାଟ କରିବା ସହିତ ମାଡ ମାରି ମୋବାଇଲ ଫୋନ ଛଡାଇ ନେଇଥିଲେ । ଏବଂ ସେହି ରାତିରେ ଅନ୍ୟ ଜଣଙ୍କ ଘରୁ ବୁଲେଟ ଚୋରାଇ ନେଇଥିଲେ । ଏ ନେଇ ସୋମବାର ଧଉଳୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି ।

ପୁଲିସ ସୂଚନା ଅନୁଯାୟୀ ପ୍ରାୟ ରାତି ୧୧ ଟା ସମୟରେ ବିଶ୍ୱରଂଜନ ଦାସ ଓ ପରେଶ ଦାସ ବାଇକ ଯୋଗେ ଲିଙ୍ଗିପୁର ଛକରୁ କଟକ-ପୁରୀ ବାଇପାସ ହୋଇ ରସୁଲଗଡ ଜିଜିପି କୋଲନୀ ନିଜ ଭଡା ଘରକୁ ଯାଉଥିଲେ । ବାଟରେ ଯାଉଥିବା ବେଳେ ଶିଶୁପାଳଗଡ ମେଳଣ ପଡିଆ ନିକଟରେ ୨ ଟି ବାଇକରେ ୬ଜଣ ତାଙ୍କୁ ଅଟକାଇ ତାଙ୍କର ମୋବାଇଲ ଫୋନ ଛଡାଇ ନେବା ସହିତ ମାଡ ମାରିଥିଲେ । ଏନେଇ ଦୁଇ ବାଇକ ଆରୋହୀ ଧଉଳୀ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଘଟଣାର କିଛି ସମୟ ପରେ ଲୁଟେରା ମାନେ ଶକ୍ତିନଗର ଅଂଚଳର ତନୁଜ କୁମାର ଦାସଙ୍କ ଘରୁ ଲୁହାଗ୍ରିଲ ଭାଙ୍ଗି ଘର ଭିତରୁ ବୁଲେଟ ନେଇଯାଇଥିଲେ । ଘରେ ସମସ୍ତେ ଥିଲାବେଳେ ଦୁର୍ବୃତ ମାନେ ଚତୁରତାର ସହ ଚୋରୀ କରିବାରେ ସଫଳ ହୋଇଥିଲେ । ତାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁର୍ବୃତର ଫୋଟ ସ୍ପଷ୍ଟ ଭାବେ ଜଣା ନପଡିବାରୁ ଲୁଟେରାଙ୍କୁ ଧରିବାରେ ପୁଲିସ ସଫଳ ହୋଇ ନାହିଁ । ପୁଲିସ ଦୁଇଟି ମାମଲା ରୁଜୁ କରି ଚୋରର ଅନୁସନ୍ଧାନ କରୁଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top