National International

ଦୁଇ ଦିନିଆ ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ନାସେର ବିନ ଥାନି ଜୁମା ଅଲ ହମଲିଙ୍କ ସହ ୟୁଏଇ ସହ ସହଯୋଗ ବୃଦ୍ଧି ତଥା ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶକୁ ନେଇ ଆଲୋଚନା କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଦୁଇ ଦେଶ ମଧ୍ୟରେ ସାର୍ଟିଫିକେସନ ଓ ଷ୍ଟାଣ୍ଡାର୍ଡର ସିନକ୍ରୋନାଇଜେସନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହା ଦ୍ୱାରା ଭାରତରେ ଦକ୍ଷତା ତାଲିମ ପ୍ରାପ୍ତ କରିଥିବା ଲୋକ ମାନେ ୟୁଏଇରେ ସହଜରେ ରୋଜଗାର ପାଇ ପାରିବେ ।

ଉଲ୍ଲେଖନୀୟ ଯେ ୟୁଏଇରେ ୩୩ ଲକ୍ଷ ଭାରତୀୟ କାମ କରିଥାନ୍ତି । ପ୍ରତ୍ୟେକ ବର୍ଷ ୧.୫ ଲକ୍ଷ ଅତିରିକ୍ତ ଲୋକ କାମ କରିବାକୁ ୟୁଏଇ ଆସି ଥାନ୍ତି । ୟୁଏଇକୁ ଆସୁଥିବା ଏହି ଲୋକ ମାନେ ୟୁଏଇରେ ରୋଜଗାର ପାଇବା ପାଇଁ ଆବଶ୍ୟକ ହେଉଥିବା ଦକ୍ଷତାରେ ପରିପୂର୍ଣ ହେବା ଆବଶ୍ୟକ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top