National International

ଦୀପାବଳିରେ ସାନ ଭଉଣୀ ସହ ଭାଇ କଲା ଦୁଷ୍କର୍ମ

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ଲଜ୍ଜା ଜନକ ଘଟଣା । ୧୯ ବର୍ଷର ଯୁବକ ନିଶାଶକ୍ତ ହୋଇ ନିଜ ସାନ ଭଉଣୀ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏଭଳି ଲଜ୍ଜ୍ୟା ଜନକ ଘଟଣା ଘଟିଛି ଫାରୁଖନଗରରେ । ପୁଲିସର ସୂଚନା ଅନୁସାରେ ଦୀପାବଳି ରାତିରେ ଅଭିଯୁକ୍ତ ନିଜ ବାପା ସହିତ ମିଶି ମଦ ପିଇଥିଲା । ମଦ ପିଇ ସାରି ବାପା ତାଙ୍କ ରୁମକୁ ଶୋଇବାକୁ ଚାଲିଯାଇଥିଲେ । ହେଲେ ଭାଇ ନିଶାଶକ୍ତ ଆବସ୍ଥାରେ ସାନ ଭଉଣୀ ରହୁଥିବା ଘରକୁ ପଶି ତା ସହିତ ଦୁଷ୍କର୍ମ କରିଥିଲା ।

ସକାଳେ ପୀଡିତା ଜଣକ ଘଟଣା ସମ୍ପର୍କରେ ବାପାଙ୍କୁ ଜଣାଇବାରୁ ସଂଗେସଂଗେ ଝିଅକୁ ସାଙ୍ଗରେ ନେଇ ଥାନାରେ ଏତଲା ଦେଇଥିଲେ । ବାପାଙ୍କର ଅଭିଯୋଗ କ୍ରମେ ପୀଡିତାର ଡାକ୍ତରୀ ମାଇନା କରାଯାଇଥିଲା । ଡାକ୍ତରୀ ମାଇନାରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା । ପୁଲିସ ଦୁଷ୍କର୍ମ କରିଥିବା ଭାଇକୁ ଗୁରବାର ଦିନ ଗିରଫ କରିଛି । ଅଭିଯୁକ୍ତ ଭାଇ ନିଜର ଦୋଷ ସ୍ୱୀକାର କରିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top