Rural Odisha

ଢେଙ୍କାନାଳ ଗଛ କଟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଡାହାଣୀ ଓ ଗୁଣିଆ କହିଲା ବିଜେପି

ଢେଙ୍କାନାଳ ଜିଲ୍ଲାର ବଳରାମପୁରରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ୱେ ରାଜ୍ୟସରକାର ଜୋର ଜବରଦସ୍ତ ଭାବେ ସେଠାରେ ଏକ ବୃହତ ବିୟର ଫାକ୍ଟ୍ରି ନିର୍ମାଣ କରିବା ପାଇଁ ଅନୁମତି ଦେବା ସହ ସମସ୍ତ ପ୍ରକାର ସହଯୋଗ ଦେଉଛନ୍ତି । ଯେବେଠାରୁ ଏଠାରେ ମଦ କାରଖାନା ପାଇଁ ରାଜ୍ୟସରକାର ଘୋଷଣା କରିବା ସହ ଅନୁମତି ଦେଲେ ସେବେଠାରୁ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ଆସୁଥିବାବେଳେ ସରକାର କିପରି ସ୍ଥାନୀୟ ଲୋକଙ୍କ ସହ ବିନା ଆଲୋଚନାରେ ସେଠାରେ ମଦ କାରଖାନା ବସାଇବାକୁ ଯାଉଛନ୍ତି ତାହା ଏକ ବଡ ପ୍ରଶ୍ନ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଶ୍ରୀ ବିଧାୟକ ପ୍ରଦୀପ ପୁରୋହିତ । ଗତକାଲି ବିଜେପି ପକ୍ଷରୁ ବିଧାନସଭାରେ ଏକଥା ଉଠାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ରାତିରେ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଗଛ କାଟିସାରିଲା ପରେଏହି ଆରଡିସି ତଦନ୍ତ କେଉଁ କାମକୁ ? ସାଧାରଣ ଲୋକଙ୍କୁ ଭୁୟାଁ ବୁଲାଇବା ପାଇଁ ଏହି ଆରଡିସି ତଦନ୍ତ କରାଯାଉଛି । ମେକ ଇନ ଓଡିଶାର ପ୍ରଥମ ଉପହାର ହେଉଛି ଏହି ମଦ କାରଖାନା ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସ୍ଥାନୀୟ ଲୋକ ରାଜ୍ୟସରକାରଙ୍କର ସେହି ଜଙ୍ଗଲ କଟା ନିଷ୍ପତି ବିରୋଧରେ ଏନଜିଟିରେ ମାମଲା ରୁଜୁ କରିଛନ୍ତି । ଯାହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି । ହେଲେ ତା ଆଗରୁ ରାଜ୍ୟସରକାର କାହିଁକି ଗଛ କାଟିବାର ନିଷ୍ପତି ନେଲେ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।  ଶ୍ରୀ ପୁରୋହିତ କହିଛନ୍ତି ଯେ, ଗଛ କାଟିବାକୁ ବିରୋଧ କରୁଥିବା ସାଧାରଣ ନୀରିହ ଲୋକଙ୍କୁ ପୋଲିସ କାହିଁକି ବେଆଇନ ଭାବେ ଗିରଫ କରିଛି, ସେମାନଙ୍କର କି ଦୋଷ ଥିଲା ସେମାନେ ତ ପରିବେଶ ସୁରକ୍ଷା ପାଇଁ ରାସ୍ତାକୁ ଆସିଥିିଲେ । ହେଲେ ଯେଉଁଭଳି ଢଙ୍ଗରେ ପୋଲିସ ସେମାନଙ୍କ ଗିରଫ କଲା ତାହା ସମ୍ପୃର୍ଣ୍ଣ ଅଗଣତାନ୍ତ୍ରିକ ।

ଢେଙ୍କାନାଳ ଜିଲ୍ଲାଏବଂ ଅନୁଗୁଳ ଜିଲ୍ଲାରେ ପ୍ରଦୁଷଣର ମାତ୍ରା ରାଜ୍ୟରେ ସର୍ବାଧୀକ ଥିଲାବେଳେ ୧୨ ଏକରର ଘଂଚ ଜଙ୍ଗଲ କାଟିବାକୁ ବନ ବିଭାଗ ଅନୁମତି ଦେଲା କିପରି । ସେହି ଜଙ୍ଗଲରେ ହାତୀମାନେ ରୁହନ୍ତି । ଏବେ ସେଠାରେ ଜଙ୍ଗଲ କାଟିଦେଲେ ହାତୀମାନେ ଜନପଦ ଆଡକୁ ଆସିବେ ଯାହା ଫଳରେ ଆଗାମୀ ଦିନରେ ମଣିଷ ହାତୀ ଲଢାଇ ବଢିବ । ବିଦ୍ୟୁତ ବିଭାଗ ଏବଂ ବନ ବିଭାଗର ଅପାରଗତା ପାଇଁ ହାତୀ ମରୁଥିବା ବେଳେ ଏବେ ହାତୀ-ମଣୀଷ ଲଢେଇରେ ଉଭୟ ହାତୀ ଓ ମଣିଷ ମରିବେ ସେପରି ପରିସ୍ଥିତି ରାଜ୍ୟସରକାର ସୃଷ୍ଟିକରିବାକୁ ଯାଉଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top