ଆସନ୍ତାକାଲି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗସ୍ତ କରି ବିୟର କାରଖାନା ପାଇଁ କଟାଯାଇଥିବା ଗଛକଗୁଡିକର ସ୍ଥିତି ଏବଂ ଘଟଣାର ସରଜମିନ ତଦନ୍ତ କରିବେ । ଏଥି ସହ ଏହି ପ୍ରତିନିଧୀଦଳ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ ।
ଏହି ପ୍ରତିନିଧୀ ଦଳରେ ବିଧାୟକ ରବି ନାୟକ ଓ ପ୍ରଦୀପ ପୁରୋହିତ, ପୂର୍ବତନ ସାସଂଦ ରୁଦ୍ର ପାଣି, ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ଜିଲ୍ଲା ପ୍ରଭାରୀ ନିରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
