National International

ଡା.ପ୍ରବୋଧ କୁମାର ମିଶ୍ରଙ୍କ ହେ ମାଆ! ମାତୃଭୂମି ! ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

‘ଓଡିଶାର କାଳିଦାସ’ ପଣ୍ଡିତ ଡାକ୍ତର ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ରଚିତ ହେ ମାଆ ! ମାତୃଭୂମି ! ପୁସ୍ତକ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରି ଓଡିଆ ଭାଷା ଓ ସଂସ୍କୃତିକୁ ସମ୍ମାନିତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଡା. ମିଶ୍ର ଜଣେ ଲବ୍ଧ ପ୍ରତିଷ୍ଠିତ କବି, ସମାଲୋଚକ ତଥା ଲେଖକ । ସଂସ୍କୃତ ଏବଂ ଓଡିଆ ସାହିତ୍ୟ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ଓଡିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top