Interview

ଝାରସୁଗୁଡା ବିମାନବନ୍ଦର ଆଗରେ ବିଧାୟକ ନବ ଦାସଙ୍କ ଧାରଣା

ଝାରସୁଗୁଡା ବିମାନବନ୍ଦର ଆଗରେ ନିଜ ସମର୍ଥକଙ୍କ ଧାରଣାରେ ବସିଛନ୍ତି ସ୍ଥାନୀୟ ବିଧାୟକ ନବ ଦାସ । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ବିମାନବନ୍ଦରରୁ ନିୟମିତ ବିମାନ ଚଳାଚଳ ହେଉନଥିବା ଅଭିଯୋଗ କରିଛନ୍ତି ନବ ।

ଏହାଛଡା ଉଦ୍ଘାଟନ ପରଠାରୁ ଏ ଯାଏ ଗୋଟିଏ ହେଲେବି ବ୍ୟବସାୟିକ ଉଡାଣ ଏଠାରୁ ହୋଇନାହିଁ । ରାଜ୍ୟ ସରକାର କେନ୍ଦ୍ରକୁ ବିମାନବନ୍ଦର ସ୍ଥାପନ ପାଇଁ ସବୁ ସହାୟତା ଦେଇଥିବା ବେଳେ ଝାରସୁଗୁଡ଼ାବାସୀଙ୍କୁ କେନ୍ଦ୍ର ସରକାର ଥକି ଦେଇ ଥିବା ସେ କହିଛନ୍ତି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମାନେ ପକେଇ ଦିଆଯିବ ବୋଲି ବିଧାୟକ ନବ ଦାସ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଡାଣ ଯୋଜନାରେ ଏହି ବିମାନବନ୍ଦରକୁ ଉଦ୍ଘାଟନ କରିଥିଲେ । ପଶ୍ଚିମ ଓଡିଶାର ବିକାଶ ଦୃଷ୍ଟିରୁ ଏହି ବିମାନବନ୍ଦର ମହତ୍ଵପୁର୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଏ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top