National International

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଉପସ୍ଥାପିତ

ଗତକାଲି ରାଜ୍ୟସଭାରେ ଜମ୍ମୁ -କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଲ୍ ପାସ୍ ହୋଇଛି । ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହ ଏହି ବିଲ୍ ଉପସ୍ଥାପନ କରିଛନ୍ତି। । ଏହି ସଂଶୋଧନ ବିଧେୟକରେ ଜମ୍ମୁ- କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଜମ୍ମୁ କାଶ୍ମୀର ଯାହାକି ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଅନ୍ୟଟି ଲଦାଖ ଯାହାକି ବିନା ବିଧାନସଭା ବିଶିଷ୍ଟ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ ।

ବିଲ କୁ ନେଇ ଆଲୋଚନା ସମୟରେ ଏହାକୁ ବିରୋଧ କରୁଥିବା କଂଗ୍ରେସ ସଦସ୍ୟଙ୍କୁ ଉତ୍ତର ଦେଇ ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଜାମ୍ମୁକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର, ଜାମ୍ମୁ କାଶ୍ମୀରର ଏକ ଅଂଶ । ଜାମ୍ମୁ କାଶ୍ମୀର ପାଇଁ ଆବଶ୍ୟକ ସ୍ଥଳେ ଜୀବନ ବି ଦେଇ ଦେବୁ ବୋଲି କହିଛନ୍ତି ଅମିତ ଶାହ।

ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବା ହେତୁ ଏହାକୁ ପାସ୍ କରିବାରେ ଅସୁବିଧା ହେବ ନାହିଁ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top