Featured

ଛାତ୍ରଙ୍କୁ ପ୍ରଧାନଶିକ୍ଷକ ଖୁଆଇଲେ ପାଗଳ କୁକୁର କଲିଜା

ଲକ୍ଷ୍ମୀପୁର ବ୍ଲକର ତୋୟାପୁଟ ନେତାଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅନ୍ଧବିଶା୍ୱସର ବଶବର୍ତ୍ତୀ ହୋଇ ଘଟାଇଛନ୍ତି ଏକ ବିଚିତ୍ର ଘଟଣା । ପାଗଳ କୁକୁର କାମୁଡିଲେ ସେହି କୁକୁରର କଲିଜା ଖାଇଲେ ରୋଗ ଭଲ ହୋଇଯାଏ ବୋଲି ପ୍ରଧାନ ଶିକ୍ଷକ ବିଶ୍ୱାସ କରନ୍ତି । ଜଣେ ଛାତ୍ର ପ୍ରଧାନ ଶିକ୍ଷକଙ୍କ କଥାରେ କୁକୁର କଲିଜା ଖାଇବା ପରି ଗୁରୁତର ଅଭିଯୋଗ ହୋଇଛି । ଘଟଣାଟି ପଦାକୁ ଆସିଲା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଚଳିତ ମାସ ୪ ତାରିଖରେ ତୋୟାପୁଟ ନେତାଜୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ଏକ ପାଗଳା କୁକୁର କାମୁଡି ଦେଇଥିଲା । ପ୍ରାଥମିକ ଚିକିତ୍ସା ପରେ ଛାତ୍ର ଜଣକ ପ୍ରଧାନ ଶିକ୍ଷକ ପ୍ରଭାକର ଗରଡାଙ୍କୁ ଜଣାଇଥିଲେ । ପ୍ରଧାନ ଶିକ୍ଷକ ଏହା ଜାଣି, ସେହି ପାଗଳା କୁକରକୁ ମାରି ତା କଲିଜା ଖାଇଲେ ରୋଗ ଭଲ ହୋଇଯିବ ବୋଲି ଉକ୍ତ ଛାତ୍ରକୁ କହିଥିଲେ । ସାରଙ୍କ କଥାକୁ ମାନି ଛାତ୍ରମାନେ ସେହି କୁକୁରକୁ ମାରି ତାର କଲିଜା ବାହାର କରି ରୋଷେଇ କରି କୁକୁର କାମୁଡିଥିବା ପିଲାକୁ ଖାଇବାକୁ ଦେଇଥିଲେ । ଉକ୍ତ ଛାତ୍ରଙ୍କ ସହ ବିଦ୍ୟାଳୟର ପିଅନ ମଧ୍ୟ କୁକୁର କଲିଜା ଖାଇଥିବା ଅଭିଯୋଗରୁ ଜଣା ଯାଇଛି । ସେଯଉଁମାନେ କୁକୁର କଲିଜା ଖାଇଥିଲେ ସେହିମାନେ ରାତିରେ ଅସୁସ୍ଥ ହୋଇ ପଡିଥିଲେ । ଅସୁସ୍ଥଙ୍କୁ ଲକ୍ଷ୍ମୀପୁର ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ପରିବାର ଲୋକେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଧାନ ଶିକ୍ଷକ ଜଣକ ଏହି କଥାକୁ ସ୍ୱୀକାର କରିଛନ୍ତି । ପାଗଳ କୁକୁର କାମୁଡିଲେ କୁକୁର କଲିଜା ଖାଇଲେ ରୋଗୀ ସୁସ୍ଥ ହୋଇଯିବ ବୋଲି କଥା ଦୋହରାଇ ନିଜ ଭଉଣୀକୁ ମଧ୍ୟ କୁକୁର କଲିଜା ଖାଇବାକୁ ଦେଇଥିବା ପ୍ରକାଶ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏବାବଦରେ ପଚାରିବାରୁ ଏନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ପହଁଚି ନଥିବା ପ୍ରକାଶ କରି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top