State

ଚାଷୀ ସମସ୍ୟା, ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ ଦଳକୁ ଘେରିବ ରାଜ୍ୟ ବିଜେପି : ରବି ନାଏକ

୨୦୧୯ ନିର୍ବାଚନ ପୂର୍ବରୁ ବିଧାନସଭାରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ବିଧାୟକମାନେ ଶାସକ ଦଳକୁ ଘେରିବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି ।
ବିଶେଷ କରି ରାଜ୍ୟରେ ଚାଷୀ ସମସ୍ୟା, ମରୁଡି ପରିସ୍ଥିତି, ଚକଡା ପୋକ, ଭାଗ ଚାଷୀମାନଙ୍କୁ ମାନଙ୍କର ସମସ୍ୟା ଏବଂ ସରକାର ସେମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ ନକରିବା, ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ନେଇ କୋର୍ଟ ଅଢେଇ ମାସ ଧରି ବନ୍ଦ ରହିବା, ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା, ପିସି କାରବାର ବ୍ୟାପକ ହେବା, ତିତଲିର କ୍ଷୟକ୍ଷତି ଏବଂ ସରକାରଙ୍କ ସଚେତନ ନଥିବାରୁ ୭୦ରୁ ଅଧିକ ଜୀବନ ହାନି ହେବା, ଆମ ଗାଁ ଆମ ବିକାଶରେ ଲୋକଙ୍କୁ ଦିଆଯାଉଥିବା ମିଥ୍ୟା ପ୍ରତିଶୃତି, ବିଜୁ ଯୁବ ବାହିନୀର ଗୁଣ୍ଡାରାଜ, ବିଜୁ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଥିବା ପ୍ରଶ୍ନ, ମେକ୍ ଇନ ଓଡିଶା କନକ୍ଲେଭରେ ଓଡିଆ ଶିଳ୍ପ ଉଦ୍ୟମୀମାନଙ୍କୁ ଅଣଦେଖା କରିବା, ରାଜ୍ୟରେ ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇବା , ରାଜ୍ୟସରକାର ନୂଆ ନିଯୁକ୍ତି ସୃଷ୍ଟି ନକରିବା ଭଳି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଥି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବୋଲି ରାଜ୍ୟ କାର୍ଯ୍ୟାଳୟକେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ବିଧାୟକ ରବି ନାଏକ ସୂଚନା ଦେଇଛନ୍ତି ।
ରାଜ୍ୟର ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ।

ଆମ୍ବୁଲାନ୍ସ ଅଭାବରୁ ମହିଳା ରାସ୍ତାରେ ପ୍ରସବ କରିବା ଏବଂ ସାଧାରଣ ଲୋକର ମୃତ୍ୟୃପରେ ମହାପ୍ରୟାଣ ଗାଡି ଅଭାବରୁ କାନ୍ଧରେ ଶବ ବୁହା ହେବା ଘଟଣା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଏହା ସତ୍ୱେ ରାଜ୍ୟସରକାର କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ବିଦ୍ୟୁତ ଯୋଗାଣ କଂପାନୀ ସେସୁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଖାଦ୍ୟସୁରକ୍ଷା ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା , ହାତୀ ଏବଂ ବାଘ ସଂଖ୍ୟା କମିବା ତଥା ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ଆନ୍ତରିକତା ନଥିବା, ମା ଓ ଭଉଣୀମାନଙ୍କୁ ସୁରକ୍ଷା ଯୋଗାଇ ନପାରିବା, ଆଦିବାସୀମାନଙ୍କୁ ପୋତ୍ସାହନ ନଦେବା, ବେକାରୀ ସମସ୍ୟା ବୃଦ୍ଧି ପାଇବା, ନାବାଳିକା ବଳାକ୍ରାର ବୃଦ୍ଧି ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚଳିତ ବିଧାନସଭାରେ ଶାସକ ଦଳକୁ ଘେରିବ ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୋବିନ୍ଦ ଦାସ, ନିତୀଶ ଗଙ୍ଗଦେବ, ରାଧାରଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top