State

ଚାଷୀ ପଦଯାତ୍ରାରେ ସାମିଲ ହୋଇ ନବନିର୍ମାଣ କୃଷକ ସଙ୍ଗଠନକୁ ସମର୍ଥନ ଦେଲା ରାଜ୍ୟ ବିଜେପି

ରାଜ୍ୟସରକାର ୧୯ ବର୍ଷ ଧରି ଚାଷୀମାନଙ୍କୁ ଅବହେଳା କରିଆସିଛନ୍ତି । ପିସି କାରବାର ଯୋଗୁଁ ଚାଷୀକୂଳ ଆଜି ସର୍ବଶାନ୍ତ ହୋଇଯାଇଛି । ରାଜ୍ୟସରକାରଙ୍କ ପ୍ରତାରଣାରେ ଶିକାର ହୋଇ ଚାଷୀ ଆତ୍ମହତ୍ୟା କରୁଛି । ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପାହାଳ ପାଖରେ ନବ ନିର୍ମାଣ କୃଷକ ସଙ୍ଗଠନ କରୁଥିବା ରାଲିରେ ଯୋଗ ଦେବା ସହ ଚାଷୀମାନଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି । ବିଜେପିର ଏହି ପ୍ରତିନିଧୀ ଦଳ ଚାଷୀ ପଦଯାତ୍ରାରେ ସାମିଲ ହୋଇ ନବନିର୍ମାଣ କୃଷକ ସଙ୍ଗଠନକୁ ନୈତିକ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ବିକାଶ ଏବଂ ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଷଠୁ ଆରମ୍ଭ କରି ବଜାରରେ ଉତ୍ପାଦନ ସାମଗ୍ରୀ ବିକ୍ରି କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସୁବିଧା କେନ୍ଦ୍ର ସରକାର କରିଛନ୍ତି ।

ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବା, ନିମ କୋଟିଙ୍ଗ ୟୁରିଆ, ସଏଲ ହେଲଥ କାର୍ଡ, ସିଂଚାଇ ଯୋଜନା, ଫସଲ ବୀମା ଯୋଜନା, ଇ –ମଣ୍ଡି, ଶୀତଳ ଭଣ୍ଡାର ଆଦି ବୃଦ୍ଧି କରିବା ପ୍ରସଙ୍ଗରେ କେନ୍ଦ୍ରସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । କିନ୍ତୁ ପରିତାପ ବିଷୟ ହେଉଛି କି, ରାଜ୍ୟସରକାରଙ୍କ ଅପାରଗତା ଏବଂ ସ୍ଥାଣୁତା ପାଇଁ ରାଜ୍ୟର ଚାଷୀମାନଙ୍କ ପାଖରେ ସମସ୍ତ ସୁବିଧା ପହଂଚିପାରୁନାହିଁ । ସରକାରଙ୍କ ତ୍ରୃଟିପୂର୍ଣ୍ଣ ନିଷ୍ପତି ଏବଂ ଚାଷୀମାରଣ ନୀତି ଯୋଗୁଁ ଚାଷୀମାନେ ଆଜି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟସରକାରଙ୍କ ଅତ୍ୟଧିକ ପିସି କାରବାର ଯୋଗୁଁ କେନ୍ଦ୍ର ସରକାରଙ୍କ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଲାଗୁ ହୋଇପାରୁନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ ଦିଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସମୀର ପାତ୍ର , ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top