National International

ଗୋମୂତ୍ର ଉତ୍ପାଦନ କରିବ କଂଗ୍ରେସ

ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ପଦ୍ଧତି ଆପଣଉଛନ୍ତି । ତେବେ କଂଗ୍ରେସ ଦଳ ଏଥିରୁ ବାଦ ପଡିନି । ଦଳ ଘୋଷଣା କରିଛି ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଗୋମୂତ୍ରର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବ । ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘୋଷଣାପତ୍ର ପ୍ରକାଶ କରିଛି ।

କୃଷି ଋଣଛାଡ, ଫସଲ ବୀମା, ସବୁ ବର୍ଗଙ୍କ ଉନ୍ନତି, ଗୋ ହତ୍ୟା ଆଇନରେ ସଂଶୋଧନ ଭଳି ଅନେକ ଘୋଷଣା ନିଜ ଘୋଷଣାପତ୍ରରେ ସାମିଲ କରିଛି । ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ଦଳ ଗାଈଙ୍କ ଉପରେ ଗୁରୁତ୍ୱ ଦେଇଛି । କ୍ଷମତାକୁ ଆସିଲେ ଦଳ ସାରା ରାଜ୍ୟରେ ଗୋଶାଳା ସ୍ଥାପନ କରିବ । ଏହା ସହ ବ୍ୟବସାୟ ଦୃଷ୍ଟିକୋଣରୁ ଗୋମୂତ୍ର ଉତ୍ପାଦନ କରିବ । ରାଜ୍ୟକୁ ଦୁର୍ନୀତି ଓ ଅପରାଧମୁକ୍ତ କରିବ ବୋଲି ଦଳ ୧୧୨ ପୃଷ୍ଠା ବିଶିଷ୍ଟ ଘୋଷଣାପତ୍ର ଜାରି କରିଛି । ଘୋଷଣା ସମୟରେ କଂଗ୍ରେସ ନେତା କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top