National International

କେବେ ଓ କେଉଁଠି ମିଳିବ ବିଶ୍ୱକପ ହକି ଉଦ୍ଘାଟନୀ ଉତ୍ସବର ଟିକେଟ?

ବିଶ୍ୱକପ ହକି ପାଇଁ ଦୁଇ ସପ୍ତାହରୁ କମ ସମୟ ବାକି ଥିବା ବେଳେ ହକି ପ୍ରେମୀଙ୍କ ବଢୁଛି ଉତ୍କଣ୍ଠା। ଗୋଟିଏ ପଟେ ଭୁବନେଶ୍ୱର ଏହି ମେଗା ଇଭେଣ୍ଟକୁ ସ୍ୱାଗତ କରିବାକୁ ସଜେଇ ହେଉଥିବା ବେଳେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ମଧ୍ୟ ଦେଖାଇଛନ୍ତି ତତ୍ପରତା।

ଉଦ୍ଘାଟନୀ ଉତ୍ସବର ଦୁଇଟି ସଂସ୍କରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ଉତ୍ସବ ଅନିଷ୍ଠିତ ହେବ । 27 ଓ 28 ନଭେମ୍ବରରେ ଯଥାକ୍ରମେ ଏହି ଉତ୍ସବ ଅନିଷ୍ଠିତ ହେବ । ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ଏ ଆର ରେହେମାନ। ଏମାନଙ୍କୁ ଦେଖିବାକୁ ଓଡ଼ିଆ ହକି ପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । ଏଣୁ ଟିକେଟ ପାଇବା ପାଇଁ ସମସ୍ତଙ୍କର ଇଛା । ତେବେ କାଉଣ୍ଟରରେ ଟିକେଟ ନ ବିକି ଅନଲାଇନରେ ବିଶ୍ୱକପ ହକି ଉଦ୍ଘାଟନୀ ଉତ୍ସବର ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି । 

ଏ ନେଇ ସୂଚନା ଦେଇଛି ହକି ଇଣ୍ଡିଆ । କେବଳ ନିର୍ଧାରିତ ୱେବସାଇଟରେ ଏହି ଟିକେଟ ମିଳିବ । 20 ନଭେମ୍ବର ଦିନ 12 ଟାରୁ ଏହି ଟିକେଟ http://ticketgenie.in/event/hwc-opening-ceremony ୱେବସାଇଟ ଜରିଆରେ ବୁକ କରି ହେବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top