State

କେନ୍ଦ୍ରୀୟ ଯୋଜନାକୁ କପି-ପେଷ୍ଟ-ରିନେମ କରି ବାହାବା ନେଉଛନ୍ତି ରାଜ୍ୟ ସରକାର: ବିଜେପି

ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ ସରକାର ସମସ୍ତ କେନ୍ଦ୍ରୀୟ ଯୋଜନାକୁ ‘କପି-ପେଷ୍ଟ-ରିନେମ’ କରି ବାହା ବାହା ନେବାକୁ ବସିଛନ୍ତି । ମୋଦୀ ସରକାର ଦେଶବ୍ୟାପୀ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ସମୟରେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦୀୟ ଯୋଜନାର ନାଁ ବଦଳାଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ କୁସୁମ ଯାଜନାରେ ୯୦ ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ସୈାର ପମ୍ପ ଯୋଗାଇ ଦିଆଯାଉଛି । କେବଳ ୧୦ ପ୍ରତିଶତ ଅର୍ଥ ଦେଇ ଚାଷୀ ଏହି ସୁବିଧା ପାଇପାରିବ । ଏହି ଯୋଜନା ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ସହ ୩ କୋଟି ଚାଷୀଙ୍କୁ ସୋଲାର ପମ୍ପ ମିଳିବ । ଚଳିତ ବର୍ଷ ଏହି ଯୋଜନା ସାରା ଦେଶରେ ଲାଗୁ ହୋଇଥିବା ସମୟରେ ରାଜ୍ୟସରକାର ରାଜ୍ୟରେ ଏହାକୁ ଲାଗୁ କରିବାକୁଯାଇ କୁସୁମ ନାଁକୁ ପରିବର୍ତନ କରି ମୁଖ୍ୟମନ୍ତ୍ରୀ ସୌର ଜଳନିଧି ଯୋଜନାକୁ ନିଜସ୍ୱ କହି ରାଜ୍ୟବାସୀଙ୍କୁ ପୁଣି ଥରେ ବିଭ୍ରାନ୍ତି କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ତିଆରିହୋଇଥିବା ପକ୍କାଘରେ ବିଜୁ ପକ୍କା ଘର ଯୋଜନାର ଫଳକ ଲଗାଇ ନିଜ ନାଁ କୁ ପ୍ରଚାର କରୁଛନ୍ତି । ସେହିପରି ଗରୀବ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ରାଜ୍ୟ ସରକାର କରିଆସିଛନ୍ତି । କିଛିଦିନ ତଳେ ସୁକନ୍ୟା ଯୋଜନାକୁ ନିଜ ଯୋଜନା କହି ‘ସୁକନ୍ୟା-ଝିଅ ପାଇଁ ଚିଠି ଟିଏ’ କରି ନିଜ ଯୋଜନା କହି ପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଭୋଟ ପାଇଁ ଲୋକଙ୍କୁ ଭୁଆଁ ବୁଲାଇ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ନାମିତ କରିବା ରାଜ୍ୟ ସରକାରଙ୍କର ପୁରୁଣା ରୋଗ । କେନ୍ଦ୍ରୀୟ ଯୋଜନା ହଡପ କରିବାରେ ରାଜ୍ୟସରକାର ପୂରା ଧୁରନ୍ଧର ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top