National International

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ୟୁଏଇ ଗସ୍ତର ଅନ୍ତିମ ଦିନ: ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ

 
ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ  କ୍ଷେତ୍ରରେ  ପୁଞ୍ଜିନିବେଶ  କରି  ଭାରତର  ବିକାଶ  ଯାତ୍ରାରେ  ସାମିଲ  ହେବାକୁ  ନିମନ୍ତ୍ରଣ  କରିଛନ୍ତି  । ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ  ବାରକିଣ୍ଡୋଙ୍କୁ ଭେଟି  ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ ।
ଭିତୋଲ  ଗ୍ରୁପର  ମୁଖ୍ୟଙ୍କ  ସାକ୍ଷାତକାଳରେ  ଶ୍ରୀ  ପ୍ରଧାନ  ପଲିସି  ଗୁଡିକରେ  ସଂସ୍କାର  ଅଣାଯିବା  କାରଣରୁ ଭାରତର  ଅନ୍ୱେଷଣ  ଓ  ଉତ୍ପାଦନ  କ୍ଷେତ୍ର  ପୁଞ୍ଜିନିବେଶ  କରିବା  ପାଇଁ  ଉପଯୋଗୀ  ସ୍ଥାନ  ହୋଇପାରିଛି  ।
 
ନିକଟରେ କର୍ପୋରେଟ୍ ଟିକସ ହ୍ରାସ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ ତଥା ବ୍ୟବସାୟ କରିବାରେ  ସହଜ ଏବଂ ଇନ୍ଧନ ପ୍ରସଙ୍ଗ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।
ସେହିପରି ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କ ସହ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉଭୟେ ସାଂପ୍ରତିକ ତୈଳ ଏବଂ ଗ୍ୟାସ ମାର୍କେଟର ବିକାଶ ତଥା ବିଶେଷ ଭାବରେ  ଅନ୍ତର୍ଜାତୀୟ  ସ୍ତରରେ  ତୈଳ  ଦରରେ  ଅସ୍ଥିରତା  ଏବଂ  ଅଶୋଧିତ  ତୈଳ  ଯୋଗାଣ  ଉପରେ ଆଲୋଚନା  କରିଥିଲେ  ।  ଦୁଇ  ମନ୍ତ୍ରୀ  ଭାରତ-ଓପେକ୍  ଭାଗିଦାରୀକୁ  ଆଗାମୀ  ଦିନରେ  ମଜବୁତ  କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର‌୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସମ୍ମତି ଜଣାଇଥିଲେ । ଏଠାରେ  ଉଲ୍ଲେଖଯୋଗ୍ୟ  ଯେ,  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର  ପ୍ରଧାନ  ନଭେମ୍ବର  ୧୦  ତାରିଖରୁ  ୧୨  ତାରିଖ
ପର୍ଯ୍ୟନ୍ତ  ଦୁଇଦିନିଆ  ୟୁଏଇ  ଗସ୍ତରେ  ଯାଇଥିଲେ  ।  ଶ୍ରୀ  ପ୍ରଧାନଙ୍କ  ସହ  ଉଚ୍ଚସ୍ତରୀୟ  ସରକାରୀ  ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ ମନ୍ତ୍ରୀଙ୍କ ସହ ଏହି ବିଦେଶ ଗସ୍ତରେ ସାମିଲ ଅଛନ୍ତି ।
 
ଏହି   ଗସ୍ତକାଳରେ   ଶ୍ରୀ   ପ୍ରଧାନ   ଗତକାଲି   ଆବୁଧାବୀ   ଅନ୍ତର୍ଜାତୀୟ   ପେଟ୍ରୋଲିୟମ   ପ୍ରଦର୍ଶନୀ   ଓ ସମ୍ମିଳନୀ(ଆଡିପେକ-୨୦୧୯)ରେ ଯୋଗଦେଇଥିଲେ ।
ଏହି ଅବସରରେ ସେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ୍   ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର
ପୁଞ୍ଜିନିବେଶ  କରିବାର  ଯୋଜନା  ଥିବା  ସମ୍ମିଳନୀରେ  ସୂଚନା  ଦେଇଥିଲେ  ।  ସେହିପରି  ୟୁଏଇ  ମନ୍ତ୍ରୀ ସୁଲତାନ  ଅଲ୍  ଜାବେରଙ୍କ  ସହ  ଭାରତ  ପାଭିଲିୟନକୁ  ମଧ୍ୟ  ଉଦଘାଟନ  କରିଥିଲେ  ।  ଏହାବ୍ୟତିତ ସେଠାକାର ବିଭିନ୍ନ କମ୍ପାନୀର ମୁଖ୍ୟଙ୍କୁ ଭେଟି ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top