Rural Odisha

କେଉଁଝରରେ ଅନ୍ଧାରରେ ସୌଭାଗ୍ୟ ଯୋଜନା

ସୌଭାଗ୍ୟ ଯୋଜନାରେ ଡିସେମ୍ବର ୩୧ ସୁଦ୍ଧା ସମସ୍ତଙ୍କ ଘରେ ବିଜୁଳୀ ବତୀ ଜଳିବା ଲକ୍ଷ ଥିଲା । କିନ୍ତୁ ଏହି ଯୋଜନାର କାର୍ଯ୍ୟ ଏତେ ମନ୍ଥର ଚାଲିଛି ଯେ ତାହା ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କେନ୍ଦୁଝର ଜିଲ୍ଲାରେ ସୌଭାଗ୍ୟ ଯୋଜନା ଆରମ୍ଭରେ ବିଜୁଳୀ ସଂଯୋଗ ହୋଇନଥିବା ପରିବାର ସଂଖ୍ୟାଥିଲା ୧ ଲକ୍ଷ ୪୦ ହଜାର । ସେହିପରି ଏହି ବିଜୁଳି ପାଇନଥିବା ପରିବାର ଗୁଡିକ ମୋଟ ୨୦୭୮ ଗ୍ରାମରେ ରହିଛି । ୧ ଲକ୍ଷ ୪୦ ହଜାର ପରିବାରକୁ ବିଜୁଳି ସଂଯୋଗ ଦେବାର ଦାୟିତ୍ୱ ନେଇଥିଲା ଏନଟିପିସି । ଏନଟିପିସି ପାଖରୁ ସବଲେଟିଂ ଭାବରେ ଏହି କାର୍ଯ୍ୟକୁ ଗୋଦରେଜ ଏବଂ ଫେଡକୋ କମ୍ପାନୀ ନେଇଛି । କେନ୍ଦୁଝର ଜିଲ୍ଲାରେ ବିପିଏଲ ଶ୍ରେଣୀ ଭୁକ୍ତ ପରିବାରକୁ ବିଜୁଳି ସଂଯୋଗ ଯୋଗଇବା ପାଇଁ ଗୋଦରେଜ ଦାୟିତ୍ୱ ନେଇଥିବା ବେଳେ ଏପିଏଲ ପରିବାରକୁ ବିଜୁଳି ସଂଯୋଗ ଦେବା ପାଇଁ ଦାୟିତ୍ୱ ନେଇଛି ଫେଡକୋକୁ ଦିଆ ଯାଇଛି । ଗତ ମେ ମାସରୁ ଫେଡକୋ ଏବଂ ଗୋଦରେଜ ସୌଭାଗ୍ୟ ବିଜୁଳି ସଂଯୋଗ ଦାୟିତ୍ୱ ନେଇ କାର୍ଯ୍ୟ କରୁଥିଲେ ବି ଏହି କାମର ଅଗ୍ରଗତି ସନ୍ତୋଷଜନକ ନୁହେଁ । ୧ ଲକ୍ଷ ୪୦ ହଜାର ପରିବାର ମଧ୍ୟରୁ ଏପର୍ଯ୍ୟନ୍ତ ୭୨ ହଜାର ପରିବାରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି । ମୋଟ ୨୦୭୮ ଗ୍ରାମ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୬୨ ଗ୍ରାମକୁ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସରିଛି ।

କେନ୍ଦୁଝର ବ୍ଲକ ଅନ୍ତର୍ଗତ ନେଳୁଙ୍ଗ ଜଡିଖୁଂଟି ସାହିରେ ପାଖାପାଖି ୭୦ ପରିବାର ପ୍ରାୟତଃ ଆଦିବାସୀ । ମଜୁରୀ ଲାଗି ଚଳନ୍ତି । ନିଜ ଗ୍ରାମକୁ ବିଜୁଳି ସଂଯୋଗ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବିଜୁଳି ସଂଯୋଗ ଦୂରର କଥା, ବିଜୁଳି ଖୁଂଟ ମଧ୍ୟ ପଡିନାହିଁ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top