State

କୃଷି ଓ ସହରୀ ବର୍ଜ୍ୟ ବ୍ୟବହାରରେ ଅର୍ଥନୀତି ମଜଭୂତ କରିବା ସହ ରୋଜଗାର ସୁଯୋଗ ବୃଦ୍ଧି କରିବ: ଧର୍ମେନ୍ଦ୍ର ପ୍ରଧାନ

କୃଷି, ସହରାଂଚଳ, ଜଙ୍ଗଲ ଓ ଗ୍ରାମାଚଂଳର ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ ମାଧ୍ୟମରେ କମ୍ପ୍ରେସଡ ବାୟୋଗ୍ୟାସ (ସିବିଜି) ଉତ୍ପାଦନ ପାଇଁ ସାରା ଦେଶ ଓ ଓଡିଶାରେ ପୁଂଜିନିବେଶ ମାଧ୍ୟମରେ ଦେଶର ଅର୍ଥନୀତିକୁ ସହାୟତା ତଥା ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଏକ ରୋଡ ଶୋରେ ସୂଚନା ଦେଇଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଶକ୍ତିଚାହିଦା ବିଶେଷ ଭାବରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ପ୍ରମୁଖ ଭାଗ ବିଦେଶରୁ ଆମଦାନୀ କରାଯାଉଛି । ୮୦ ଭାଗ ଆମଦାନୀ ହୋଇଥିବା କାରଣରୁ ବୈଦେଶିକ ମୁଦ୍ରା ଚାପ ଦରବୃଦ୍ଧି ତଥା ଦେଶର ଗ୍ରାହକ ମାନଙ୍କ ଅର୍ଥନୀତି ସମେତ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଛି । ବିଦେଶ ବଜାରରେ ତେଲଦାମ୍ ବଢିଗଲେ ଦେଶର ଅର୍ଥନୀତିର ସନ୍ତୁଳନରେ ସମସ୍ୟା ତିଆରି କରୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ସରକାର ସଷ୍ଟନେବୁଲ ଅଲଟରନେଟିଭ ଟୁଓାଡ୍ସ ଅଲଟରନେଟିଭ ଟ୍ରାନସପୋଟେସନ ବା ଶତତ ଯୋଜନା ମାଧ୍ୟମରେ ଦେଶରେ ନିଜସ୍ୱ ଗ୍ୟାସ ଉତ୍ପାଦନ କରି ଆମଦାନୀକୁ କମ୍ କରିବା ପାଇଁ ଯୋଜନା ବଦ୍ଧ ପ୍ରୟାସ ଚଳାଇଛନ୍ତି । ଦେଶରେ ଆଗାମୀ କିଛିବର୍ଷ ମଧ୍ୟରେ ୫ ହଜାର ସିବିଜି ପ୍ରକଳ୍ପ ମାଧ୍ୟମରେ ୧୫ଏମଏମଟି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ମୋଟ ପୁଂଜିନିବେଶ ୧.୭୫ ଲକ୍ଷ କୋଟିଟଙ୍କା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତରେ ଉପଲ୨ ବର୍ଜ୍ୟବସ୍ତୁରୁ ୬୨ ଏମଏମଟି, ସିବିଜି ଉତ୍ପାଦନ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଉତ୍ପାଦନ ପ୍ରକ୍ରିୟାର ନେତୃତ୍ୱ ନେଉଥିବା ଭାରତର ତୈଳ ବିପଣନ କମ୍ପାନୀ ଗୁଡିକ
ସିବିଜିର କିଲୋପିଛା ମୂଲ୍ୟ ୪୬ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକରେ ପୁଂଜି ନିବେଶ କରିବା ପାଇଁ ଉଦ୍ୟମି ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ରୋଡ ଶୋ ଏହି ପ୍ରକ୍ରିୟାର ଏକ ଅଙ୍ଗ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସିବିଜି ଉତ୍ପାଦନ ଓ ବ୍ୟବହାର କ୍ଷେତ୍ରରେ ଓଡିଶାରେ ଏକ ବଡ ସୁଯୋଗ ସୃଷ୍ଟି ହୋଇଛି । ଯୋଜନା କରାଯାଇଥିବା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗୁଜୁରାଟ ପରେ ଓଡିଶାରେ ସବୁଠୁ ଗ୍ୟାସ ପାଇପଲାଇନର ସବୁଠୁ ବଡ ଭିତିଭୂମି ରହିବ ।

ରାଜ୍ୟର ୧୯ ଟି ଜିଲାରେ ୧୭୩୦କିଲୋମିଟର ଗ୍ୟାସ ପାଇପଲାଇନରେ ୪୫୦୦ କୋଟିଟଙ୍କା ବିନିଯୋଗ ହୋଇଛି । ସହରୀ ଗ୍ୟାସ ପାଇପ ଲାଇନ ଯୋଜନାରେ ୯୦୦ କିଲୋମିଟର ଆଭ୍ୟନ୍ତରୀଣ ପାଇପଲାଇନ କାର୍ଯ୍ୟକ୍ରମରେ ୫୦୦ କୋଟିଟଙ୍କା ବ୍ୟୟ ହେବ । ଶ୍ରୀ ପ୍ରଧାନ କହିଛନ୍ତି ତୈଳ ବିପଣନ କମ୍ପାନୀ ମାନଙ୍କ ଆକଳନ ଅନୁସାରେ ଓଡିଶାରେ ୫୦୦ଟି ସିବିଜି ପ୍ରକଳ୍ପ ତୁରନ୍ତ ପ୍ରତିଷ୍ଠା କରାଯାଇ ପାରିବ ଯାହା ଓଡିଶାର ପରିବହନ ଓ ଶିଳ୍ପ ଏବଂ ଘରୋଇ ଚାହିଦା ପାଇଁ ଗ୍ୟାସ ଯୋଗାଇ ଦେଇପାରିବ । ଏହି ସିବିଜି ପ୍ରକଳ୍ପ ଗୁଡିକ ବରଗଡରେ ପ୍ରତିଷ୍ଠିତ ହେଉଥିବା ବିପିସିଏଲର ଟୁଜି ଇଥାନଲ୍ ପ୍ଲାଂଟ ପାଇଁ ସହାୟକ ହେବ । ସ୍ୱଚ୍ଛ ଓ ଶସ୍ତା ପରିବହନ ଇନ୍ଧନ, କୃଷିଗତଅବଶେଷ ଯଥା ପାଳ, ନଡା, ପଶୁମଳ ଯଥା ଗୋବର, ଜଙ୍ଗଲର ପତ୍ର, କାଠିକୁଟା ତଥା ସହରାଚଂଳର କଠିନ ବର୍ଜ୍ୟ ଯାହା ଅଲୋଡା ଓ ପ୍ରର୍ଯ୍ୟାବରଣ ପାଇଁ ସମସ୍ୟା ସୃଷ୍ଟି କରୁଛି ତାହା କୃଷକ ଓ ଗ୍ରାମୀଣ ଅର୍ଥନୀତିକୁ ମଜଭୂତ କରିବ । ଜୈବିକ କୃଷିକୁ ଶକ୍ତି ଯୋଗାଇବା ସହ ରାସନାୟିକ ସାର ଉପରେ ନିର୍ଭରଶୀଳତାକୁ କମ୍ କରିବ । ସହରାଚଂଳର ପ୍ରଦୁଷଣକୁ ରୋକିବାରେ ଏହା ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top