Rural Odisha

କୁଅଁରମୁଣ୍ଡା ବ୍ଳକର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ଜିଲ୍ଲା କୁଅଁରମୁଣ୍ଡା ବ୍ଲକ ଗସ୍ତ ଅବସରରେ ଆଜି କୁଅଁରମୁଣ୍ଡା, କାଦୋବାହଲ ଓ ଝୁନ୍ମୁମୁରୁ ପଞ୍ଚlୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ l ପ୍ରଥମେ ଶ୍ରୀ ଓରାମ କୁଅଁରମୁଣ୍ଡା ଠାରେ ଥିବା ଡାଏରୀ ଫାର୍ମର 100 ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଏବଂ 100 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ର ଶୁଭ ଉଦଘାଟନ କରିଥିଲେ l

ଏଥିପାଇଁ ମନ୍ତ୍ରୀ ଶ୍ରୀ ଓରାମ ନିଜ ମନ୍ତ୍ରାଳୟ ତରଫରୁ ଉଭୟ ଛାତ୍ରାବାସ ନିର୍ମାଣ ପାଇଁ ଆର୍ଟିକିଲ 275(1) ଜରିଆରେ 65 ଓ 65ଲକ୍ଷ ଟଙ୍କା ମଞ୍ଜୁରୀ କରିଥିଲେ l ସେହିପରି ଶ୍ରୀ ଓରାମ ନିଜ ବିଭାଗରୁ ମଞ୍ଜୁରୀ ରାଶିରେ ନିର୍ମାଣ ହେବାକୁ ଥିବା ଝୁନ୍ମୁମୁରୁ ପଂଚାୟତ ଜେଇଏଲ ଚୁର୍ଚ୍ଚ ଠାରେ ସାମୁହିକ କେନ୍ଦ୍ର ନିର୍ମାଣ , କାଦୋବାହଲ ପଂଚାୟତ ସାରନାଟୋଲି, ଢlଙ୍ଗରିନାଚl ଅନ୍ଧାରୀ, କlଦବାହଲ ବଜ଼ାର ଟୋଲି ଠାରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏଥିପାଇଁ ମନ୍ତ୍ରୀ ଶ୍ରୀ ଓରାମ ନିଜ ମନ୍ତ୍ରାଳୟ ତରଫରୁ 30 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ l

ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ପାରମ୍ପରିକ ନୃତ୍ୟଗୀତ ସହିତ ଗ୍ରାମବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନାମାନ ଦିଆଯାଇଥିଲା l ଏହି ଅବସରରେ ଅୟୋଜିତ ଜନସଭାରେ ମନ୍ତ୍ରୀ ଶ୍ରୀ ଓରାମ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ବୁଝାଇଥିଲେ l ରାଜ୍ୟ ସରକାରଙ୍କ ଅସହଯୋଗ ଏବଂ ସ୍ତାନୀୟ ଲୋକପ୍ରତିନିଧିଙ୍କ ବିରୋଧସତ୍ତ୍ୱେ ସୁନ୍ଦରଗଡ଼ର ବିକାଶ ପାଇଁ ମୋର ସଂଗ୍ରାମ ଜାରୀ ରହିବ ବୋଲି ଶ୍ରୀ ଓରାମ କହିଥିଲେ l ମନ୍ତ୍ରୀ ଶ୍ରୀ ଓରାମଙ୍କ ସହିତ ଏହି କାର୍ଯ୍ୟକ୍ରମମାନଙ୍କରେ ବିଜେପି ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଶଙ୍କର ଓରାମ, ମନ୍ତ୍ରୀଙ୍କ ଆଇଟିଡ଼ିଏ ପ୍ରତିନିଧି ରାଇସନ ତିର୍କୀ, ମଣ୍ଡଳ ସଭାପତି ଶଙ୍କର ପୂଜାରୀଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ l

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top