ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟର୍ ବୁଧବାର କସି୍ ପରିଦର୍ଶନ କରିଛନ୍ତି । ସେ କିସ୍ର ବିଭନି୍ନ ବିଭାଗ ବୁଲି ଦେଖବିା ସହ ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । କିସ୍ ପରିଦର୍ଶନ କରି ଶ୍ରୀ ଜଷ୍ଟର ବହୁତ ଆନନ୍ଦ ଅନୁଭବ କରୁଛନ୍ତି ବୋଲି କହିଥିଲେ । ସେ କହିଲେ, କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭା ଓ ଉତ୍ସାହ ମୋତେ ଗଭୀର ଭାବେ ପ୍ରଭାବତି କରିଛି । ଏଠାରେ ୨୭ହଜାର ଜନଜାତି ପିଲାଙ୍କୁ ଗୁଣାତ୍ମକ ଶକ୍ଷିା ପ୍ରଦାନ କରିବା ଏକ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଏହା ଓଡ଼ିଶାର ଜନଜାତି ସଂପ୍ରଦାୟ ମଧ୍ୟରେ ଏକ ସକାରାତ୍ମକ ପ୍ରଭାବ ପକାଇ ପାରିଛି । ଏହା ଓଡ଼ିଶାର ଜନଜାତି ସଂପ୍ରଦାୟ ମଧ୍ୟରେ ସକାରାତ୍ମକ ପ୍ରଭାବ ପକାଇପାରିଛି ତାହା ନୁହେଁ, ବରଂ ସମଗ୍ର ଭାରତ ପାଇଁ ଉପାଦେୟ ହୋଇପାରିଛି । ପରିବର୍ତ୍ତନଶୀଳ ବିଶ୍ୱରେ ଯୁବବର୍ଗ ହେଉଛି ସର୍ବଶକ୍ତମିାନ । ଆମେରିକା ଓ ଭାରତ ମଧ୍ୟରେ ସଂପର୍କର ଭବିଷ୍ୟତ ଏହି ଯୁବଗୋଷ୍ଠୀ ହାତରେ ରହିଛି । ବର୍ତ୍ତମାନ ସମୟରେ ଇଂରାଜୀ ଭାଷା ଶିଖବିା ବିଶେଷ ଜରୁରି ହୋଇପଡ଼ିଛି ।
କାରଣ ଏହା ବଶି୍ୱର ବିଭିନ୍ନ କୋଣ ଅନୁକୋଣରେ ଏକ ସାଧାରଣ ଭାଷା ଭାବେ ପ୍ରଚଳିତ । ଇଂଲିଶ୍ ଆକ୍ସେସ୍ ପ୍ରୋଗ୍ରାମ ମାଧ୍ୟମରେ ଆମେରିକା ସରକାର ଓ କସି୍ ମଧ୍ୟରେ ଏକ ଦୀର୍ଘ ସ୍ଥାୟୀ ସଂପର୍କ ସ୍ଥାପନ ହୋଇପାରିଛି । ଆସନ୍ତା ବର୍ଷ ସମ୍ପର୍କ ୧୦ବର୍ଷ ପୂରଣ କରିବାକୁ ଯାଉଛି । ଇଂଲିଶ୍ ଆକ୍ସେସ୍ କାର୍ଯ୍ୟକ୍ରମ କସି୍ର ଶତାଧିକ ଶିକ୍ଷାର୍ଥୀଙ୍କ ଇଂରାଜୀ ଭାଷା ଦକ୍ଷତା ବୃଦ୍ଧି କରାଇବାରେ ସହାୟକ ହେବା ସହ ଭାରତ ତଥା ସେମାନଙ୍କ ସଂପ୍ରଦାୟର ବିକାଶରେ ସହାୟକ ହୋଇପାରିଛି । କସି୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହେିଲ, ତୁମମାନଙ୍କ ମଧ୍ୟରୁ କଛିି ଛାତ୍ରଛାତ୍ରୀ ଦେିନ ନା ଦେିନ ଆମେରକିୀୟ କୂଟନୀତଜ୍ଞିଙ୍କ ସହ ଗୋଟିଏ ଟେବୁଲ୍ରେ ବସି ବିଶ୍ୱର ବିଭନି୍ନ ସମସ୍ୟା ସମାଧାନ କରିବାରେ ସୁଯୋଗ ପାଇପାରନ୍ତ ।ି ଶେଷରେ ସେ କିସ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନରିନ୍ତର ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ସେ କହିଥିଲେ । ପରେ ସେ କିଟ ୍ -କ ି ସ୍ ହକି ଷ୍ଟାଡିଅମ ୍ କୁ ଉଦ ୍ ଘାଟନ କର ି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇଦ ୍ର ।ବାଦ୍ସ୍ଥ ି ତ ଆମେର ି କା କନ୍ସୁଲେଟ୍ ଜେନେରାଲ୍ କାଥ୍ରିନ୍ ବି ହଡ୍ଡା, ପବ୍ଲିକ୍ ଆଫାୟାର୍ସ ମୁଖ୍ୟ ଡ୍ରିଉ ଗିବ୍ଲିନ୍, କଟି୍ ଓ କସି୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କଟି୍ ଓ କିସ୍ ସଂପାଦକ ଆର ଏନ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
