Sports

କିସ୍‍ ଛାତ୍ରୀ ଓଡ଼ିଶା କ୍ରିକେଟ୍‍ ଦଳର ଅଧିନାୟିକା

କିସ୍‍ ଛାତ୍ରୀ ଇନ୍ଦ୍ରାଣୀ ଛତ୍ରିଆ ଓଡ଼ିଶା ୧୯ ବର୍ଷରୁ କମ୍‍ ମହିଳା କ୍ରିକେଟ ଦଳର ଅଧିନାୟିକା ଭାବେ ମନୋନୀତ ହୋଇଛନ୍ତି । ସେହିପରି କିସ୍‍ର ଅନ୍ୟଜଣେ ଛାତ୍ରୀ ସୋନାଲି ହେମ୍ବ୍ରମ୍‍ ମଧ୍ୟ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ଥର ଲାଗି କିସ୍‍ର ଜଣେ ଛାତ୍ରୀ ଜାତୀୟସ୍ତରରେ ଆୟୋଜିତ ହେବାକୁ ଥିବା ଟି-୨୦, ୧୯ବର୍ଷରୁ କମ୍‍ କ୍ରିକେଟ ଦଳରେ ଓଡ଼ିଶା ଦଳର ନେତୃତ୍ୱ ନେଉଛନ୍ତି । ଓଡ଼ିଶା ମହିଳା କ୍ରିକେଟ ଦଳ ଅକ୍ଟୋବର ୧୪ ତାରିଖରେ ଏହାର ପ୍ରଥମ ଲିଗ୍‍ ମ୍ୟାଚ୍‍ ମଣିପୁର ସହ ଖେଳିବ ।

ସେହିପରି ୧୫ ତାରିଖରେ ତ୍ରିପୁରା ସହ ଖେଳିବାକୁ ନିର୍ଦ୍ଦିଷ୍ଟ ହୋଇଥିବା ବେଳେ ୧୮ରେ ମୁମ୍ବାଇ ସହ, ୨୦ରେ ଦିଲ୍ଲୀ ସହ, ୨୧ରେ ମହରାଷ୍ଟ୍ର ସହ, ୨୩ରେ ଅରୁଣାଚଳ ପ୍ରଦେଶ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି । ଟୁର୍ଣ୍ଣାମେଣ୍ଟର ସୁପରଲିଗ୍‍ ମ୍ୟାଚ୍‍ ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବାବେଳେ ନଭେମ୍ବର ୪ ତାରିଖରେ ଫାଇନାଲ୍‍ ମ୍ୟାନ୍‍ ଅନୁଷ୍ଠିତ ହେବ । ଏଥିରେ ସନ୍ତୋଷ ବ୍ୟକ୍ତ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି କିସ୍‍ ଛାତ୍ର ଦିନେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାର ନେତୃତ୍ୱ ନେବେ ବୋଲି ଯେଉଁ ସ୍ୱପ୍ନ ଥିଲା ତାହା ସାକାର ହୋଇଛି । ଏହି ଅବସରରେ ଶ୍ରୀ ସାମନ୍ତ ଉଭୟ ଇନ୍ଦ୍ରାଣୀ ଓ ସୋନଲୀଙ୍କୁ ଶୁଭେଚ୍ଛା  ଜଣାଇ ସେମାନଙ୍କ ସଫଳତା କାମନା କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top