Twin City

କିସ୍‍ରେ ଶିଶୁ ଦିବସ ପାଳିତ

କିସ୍‍ରେ ଶିଶୁ ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ କିସ୍‍ ପରିସରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ କିସ୍‍ ଛାତ୍ରଛାତ୍ରୀଙ୍କୁ ନେଇ ଶିଶୁ ମେଳା ‘କୁସୁମ’ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ କିଟ୍‍ ଓ କିସ୍‍ ସଂପାଦକ ଆର ଏନ୍‍ ଦାଶ, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ବର୍ଣ୍ଣାଡ୍‍ ଭାନ୍‍ ଲିଆର ଫାଉଣ୍ଡେସନ୍‍ର ନ୍ୟାସ୍‍ନାଲ୍‍ ପ୍ରୋଗ୍ରାମ୍‍ ମ୍ୟାନେଜର୍‍ ପ୍ରିତିପଦା ପାଣିଗ୍ରାହୀ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ପରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top