State

କାମ କରିବନି ଡବଲ ଇଂଜିନ: ନବୀନ ପଟ୍ଟନାୟକ

ଡବଲ ଇଂଜିନ ଫର୍ମୁଲା ଓଡିଶାରେ କାମ କରିବନି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ.
କେବଳ କଥାରେ ଦେଶ ନିର୍ମାଣ ହୁଏ ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ- ସବୁଠି ଡବଲ ଇଞ୍ଜିନ ଥିଲା। ହେଲେ ଏସବୁ ରାଜ୍ୟରେ ବିଜେପି ହାରିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଏବେ ଓଡ଼ିଶା ଆସି ବିଜେପିର ନେତାମାନେ ବଡ ବଡ କଥା କହୁଛନ୍ତି। ହେଲେ ନିର୍ବାଚନ ପରେ ଆଉ ତାଙ୍କର ଦେଖା ମିଳିବନି. ବିଜେପି ଧନୀ ଲୋକଙ୍କ ଦଳ। ଧନୀ ଲୋକଙ୍କ ପାଇଁ କାମ କରୁଛି। ବିମୁଦ୍ରୀକରଣ, ଜିଏସଟି ଏସବୁଥିରେ ଧନୀ ଲୋକଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇଛି। ଗରିବ ଅଧିକ ଗରିବ ହୋଇଛନ୍ତି। ଯୁବକ ଚାକିରୀ ହରାଇଛନ୍ତି। ସେଥିପାଇଁ ଡବଲ ଇଞ୍ଜିନ ଥାଇ ମଧ୍ୟ ସବୁଆଡେ ହାରୁଛି। ଓଡ଼ିଶାରେ ମଧ୍ୟ ବିଜେପିର ସମାନ ପରିଣାମ ହେବ ବୋଲି କହିଛନ୍ତି ନବୀନ.

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top