State

ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିଃ ତରଫରୁ ରାଜ୍ୟ ସରକାରଙ୍କୁ ୨୦୧୬-୧୭ ଆର୍ଥିକ ବର୍ଷର ଲାଭାଂଶ ପ୍ରଦାନ

ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିଃ ୨୦୧୬-୧୭ ଆର୍ଥିକ ବର୍ଷର ଲାଭାଂଶ ବାବଦକୁ ଟ୪୬,୫୧,୨୦୦/-ଙ୍କା (ଛୟାଳିଶ ଲକ୍ଷ ଏକାବନ ହଜାର ଦୁଇଶହ) ମାତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଅଛି ।

ଆଜି ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁଜିବୁଲ୍ଲା ଖାଁ (ମୁନା ଖାଁ) ନିଗମ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଟ୪୬,୫୧,୨୦୦/-ଙ୍କା (ଛୟାଳିଶ ଲକ୍ଷ ଏକାବନ ହଜାର ଦୁଇଶହ) ମାତ୍ର ର ଲାଭାଂଶ ଚେକ୍ ହସ୍ତାନ୍ତର କରିଅଛନ୍ତି । ଲାଭାଂଶ ପ୍ରଦାନ ସମୟରେ ଓଡିଶାର ମାନ୍ୟବର କୃଷି ଏବଂ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ, କୃଷି ଏବଂ କୃଷକ ସଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସୌରଭ ଗର୍ଗ (ଭା.ପ୍ର.ସେ) ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଦାନନ୍ଦ ନାୟକ (ଓ.ପ୍ର.ସେ) ଏବଂ ନିଗମର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top