Feature

ଓଡିଆଙ୍କ ଠାରୁ ମାଡ ଖାଇବାକୁ ଡରୁଛି ଆୟର !

କପିଳାସ କୁମାର ବେହେରାଙ୍କ ରିପୋର୍ଟ

ଓଡିଆ ଓ ଓଡିଶାର ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇ ପଡିଥିବା ଅଭିଜିତ ଆୟର ଏବେ ଓଡିଶା ଆସିବାକୁ ଡରୁଥିବା ଅନୁମାନ କରାଯାଉଛି । ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିବାରୁ ଲୋକମାନେ ମାଡ ମାରିବା ଆଶଙ୍କା କରୁଛନ୍ତି ଆୟର । ଏଥିପାଇଁ ତାଙ୍କୁ ଓଡିଶା ପୁଲିସକୁ ଗୁହାରୀ କରିବାକୁ ପଡିଛି । ଓଡିଶାରେ ଜୀବନ ପ୍ରତି ଆଶଙ୍କା ଥିବା ଦର୍ଶାଇ ଓଡିଶା ପୁଲିସକୁ ସୁରକ୍ଷା ମାଗିଛନ୍ତି ଏହି ବିତର୍କିତ ବ୍ୟକ୍ତି ।

ଦିଲ୍ଲୀର ଅଭିଜିତ ଆୟର ଗତ ମାସରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଓ ଶ୍ରୀ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । କୋଣାର୍କ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଏଥି ସହିତ ଓଡିଶାର ବିଧାୟକ ଓ ସାମ୍ବାଦିକମାନଙ୍କ ବିରୁଦ୍ଧରେ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ବିଧାନସଭାରେ ମଧ୍ୟ ଏ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏପଟେ ସମଗ୍ର ଓଡିଶାବାସୀ ତାତି ରହିଛନ୍ତି । ବହୁ ବ୍ୟକ୍ତି ସୋସିଆଲ ମିଡିଆରେ ଆୟରଙ୍କୁ କଡା ଭାଷାରେ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।  

ସୁପ୍ରିମ କୋର୍ଟରେ ଜାମିନ ନାମଜୁଂର ହେବାପରେ ଆୟରଙ୍କ ପାଖରେ ଏବେ ଖସିବାର ବାଟ ନାହିଁ । ଅକ୍ଟୋବର ୫ ତାରିଖ ଶୁକ୍ରବାର କୋଣାର୍କ ଥାନାରେ ଆୟର ହାଜର ହେବାର ଥିଲା । ତାଙ୍କ ହାଜର ହେବା ଖବର ପାଇ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କୋଣାର୍କ ଥାନା ସାମ୍ନାରେ ହଜାର ହଜାର ଲୋକ ଉତ୍ୟକ୍ତ ହୋଇ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ମାତ୍ର ଆୟାର ଥାନାକୁ ଆସିନଥିଲେ । ମାଡ ଭୟ ଯୋଗୁ ସେ ଆସିନଥିବା ଚର୍ଚ୍ଚା ହେଉଛି । ତେବେ କୋଣାର୍କ ଥାନାରେ ଆୟର ଆସନ୍ତା ୧୧ ତାରିଖରେ ହାଜର ହେବେ ବୋଲି ତାଙ୍କ ଓକିଲ ପୁରୀ ଏସପିଙ୍କୁ ଜଣାଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top