State

ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇଲା ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଶେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିପୁଳ ସଂଖ୍ୟାରେ ଯୁବ କାର୍ଯ୍ୟକର୍ତାମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ବେକାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟସରକାର ତୁରନ୍ତ ନିଯୁକ୍ତି ସୃଷ୍ଟି କରନ୍ତୁ ବୋଲି ଦାବି କରିଥିଲେ ।
ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କ଼ରୁଛନ୍ତିି । ଯୁବକଯୁବତୀମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବିକାଶ କେବଳ ଏଠି ବିଜ୍ଞାପନରେ ସିମିତ ହୋଇ ରହିଛି ।

ଦୀର୍ଘ ବର୍ଷ ଶାସନ ଗାଦିରେ ଶାସକ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ ଯୁବକମାନଙ୍କୁ ପ୍ରତାରିତ କରିବା, ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନଦେବା ଆଦି ବିଭିନ୍ନ ଦାବି ନେଇ ଆଜି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ପ୍ରତିବାଦ ସଭାରେ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ବିଭାସ ସେନଗୁପ୍ତ, ସଂଗ୍ରାମ କେଶରୀ ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଶ୍ମିରଞ୍ଜନ ମୁଦୁଲି. ସାଧାରଣ ସଂପାଦକ ରାକେଶ ଜେନା, ଦିଲ୍ଲିପ ବେହେରାଙ୍କ ସମେତ ଯୁବମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତା ସାମିଲ ରହିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top