Market

ଉଜ୍ଜଳା ଲୋଗୋ ଲାଗିଥିବା ସିଲିଣ୍ଡର କେବଳ ଉଜ୍ଜଳା ହିତାଧିକାରୀଙ୍କ ପାଇଁ ଉଦିଷ୍ଟ ନୁହେଁ

ଅକ୍ଟୋବର-ଯେଉଁ ଗ୍ୟାସ ସିଲିଣ୍ଡର ଉପରେ ଉଜ୍ଜଳା ଲୋଗୋ ଲାଗିଛି ଏହା କେବଳ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ପାଇଁ ଉଦିଷ୍ଟ ନୁହେଁ । ଏହା କେବଳ ଉଜ୍ଜଳାର ବ୍ରାଣ୍ଡିଂ ଓ ସବୁ ଶ୍ରେଣୀର ଗ୍ରାହକ ମାନଙ୍କୁ ଉଜ୍ଜଳା ବ୍ରାଣ୍ଡିଂର ସିଲିଣ୍ଡର ଯୋଗାଇ ଦିଆଯାଉଛି । ବିଜେଡି ତରଫରୁ ଉଜ୍ଜଳା ଯୋଜନା ନେଇ ଆନ୍ଦୋଳନ ପ୍ରରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଏଚପିସିଏଲର ଏଲପିଜି ଡିଜିଏମ ଧର୍ମେନ୍ଦ୍ର ବେହୁରା ।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ବେହୁରା କହିଛନ୍ତି ଘରୋଇ ସିଲିଣ୍ଡର ବଜାରରେ ବିକ୍ରୀ ହେଲେ ଏହା ଉପରେ ରୋକ ଲଗାଇବା ଦାୟିତ୍ୱ ରାଜ୍ୟ ଖାଉଟି ଓ ଯୋଗାଣ ବିଭାଗର । ଏପରି ହେଉଥିଲେ ଏହାକୁ ଧରି ବ୍ୟବହାର କାରୀଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନେବା ଉଚିତ ।

ଉଜ୍ଜଳା ହିତାଧିକାରୀ ଚୟନ ସଠିକ ଭାବରେ କରିବାପାଇଁ ତୈଳ ବିପଣନ କମ୍ପାନୀ ମାନେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । କେନ୍ଦ୍ରାପଡା ରାଜନଗରରେ ଗ୍ୟାସ ବିତରଣରେ ଅନିୟମିତତା ଖବର ମିଳିବା ପରେ ଦୃଢ କାଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶ୍ରୀ ବେହୁରା ପ୍ରକାଶ କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top