Featured

ଆୟକର ବିଭାଗର ଚଢାଉ: ପକୁଡି ଦୋକାନୀ ଦେଲେ ୬୦ ଲକ୍ଷ !

ପଞ୍ଜାବର ଲୁଧିଆନା ସହରରେ ଏକ ପକୁଡି ଦୋକାନରେ ଏତେ ମାତ୍ରାରେ ପକୁଡି ବିକ୍ରି ହୁଏ ଯେ ଦୋକାନର ମାଲିକ ତା ବାବଦକୁ ଆୟକର ଦିଅନ୍ତି । ସେ ଯେତିକି ଆୟକର ଦିଅନ୍ତି ତାହାକୁ କମ ବୋଲି ଭାବି ଚଳିତ ସପ୍ତାହରେ ଉକ୍ତ ଦୋକାନରେ ଆୟକର ବିଭାଗ ଚଢାଉ କରିଥିଲା । ଆୟକର ବିଭାଗର ଚଢାଉ ପରେ ଉକ୍ତ ଦୋକାନୀ ନିଜେ ଆଉ ୬୦ ଲକ୍ଷ ଟଙ୍କା ଆୟକର ବାବଦକୁ ଦେଇଛନ୍ତି ।

ଆୟକର ଅଧିକାରୀ ମାନେ ଏକାଥରେ ୨ ଟି ଦୋକାନରେ ଚଢାଉ କରିଥିଲେ । ଗୋଟିଏ ହେଲା ଗିଲ୍ ରୋଡରେ ଥିବା ପାନ୍ନା ସିଂ ଓ ମଡେଲ ଟାଉନ ଅଂଚଳର ନୂଆ ପକୁଡି ଦୋକାନରେ ଚଢାଉ କରି ବିକ୍ରିର ଯାଂଚ କରିଥିଲେ । ମାଲିକ ପକୁଡି ବିକ୍ରିର ସଠିକ ପରିମାଣ ଓ ଆୟ ଦର୍ଶାଉନଥିବାରୁ ଏହି ଚଢାଉ କରାଯାଇଥିଲା । ଏହି ଦୋକାନର ମାଲିକ ଦାଖଲ କରିଥିବା କର ଏବଂ ଦୈନିକ ବିକ୍ରିରୁ ଦୋକାନର ବାର୍ଷିକ କାରବାର ଓ ଆୟ ସମ୍ପର୍କରେ ଅଧିକାରୀ ମାନେ ଆକଳନ କରିଥିଲେ । କେତେ ଅର୍ଥ ଆଦାୟ ହୋଇଛି ଏ ନେଇ ଅଧିକାରୀମାନେ କୌଣସି ସୂଚନା ଦେଇନଥିବା ବେଳେ ଦୋକାନର ମାଲିକ ଦେବ୍ରାଜ କର ବାବଦକୁ ବିଭାଗକୁ ୬୦ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top