Market

ଆସନ୍ତା ୨୪ରେ ବିଶ୍ୱର ସବୁଠୁ ବଡ ଏଲ୍ପିଜି ପାଇପ ଲାଇନର ହେବ ଶୁଭାରମ୍ଭ

ବିଶ୍ୱର ସବୁଠୁ ବଡ ଏଲପିଜି ପାଇପ ଲାଇନ୍ ଆଗାମୀ ୨୪ ତାରିଖରେ ଗୋରୋଖପୁରରେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାକୁ ଯାଉଛନ୍ତି । କାଣ୍ଡଲାରୁ ୨୦୦୦ କିମି ଲମ୍ବ ଏଲପିଜି ପାଇପଲାଇନ୍ ୯୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ । ୨୨ ବଂଟଲି ପ୍ଲାଂଟକୁ ଏହି ପାଇପଲାଇନ୍ ଏଲପିଜି ଯୋଗାଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍ୱଚ୍ଛ ଇନ୍ଧନ ପାଇଁ ଆମେ ଅନେକ କାର୍ଯ୍ୟକ୍ରମ କରିଛୁ । ଦେଶର ଉତ୍ପାଦନ ବଢୁ ଏବଂ ଆମଦାନୀ କମ୍ ହେଉ ଏ କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀ ଠାରେ ଅନୁସନ୍ଧାନ ଓ ଉତ୍ପାଦନ ପ୍ରସଙ୍ଗରେ ଗଣମାଧ୍ୟମଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତରେ ସବୁଠୁ ଶକ୍ତି ବିଭାଗରେ ଦ୍ରୁତ ଅଭିବୃଦ୍ଧି ପରିଲିିକ୍ଷିତ ହୋଇଛି । ଶକ୍ତି ସଂରକ୍ଷଣ କରିବା ଦିଗରେ ଭାରତ ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଆଗାମୀ ୧୦ ରୁ ୨୦ ବର୍ଷ ଭିତରେ ଦୁନିଆରେ ହେଉଥିବା ଅଭିବୃଦ୍ଧିର ଏକ ତୃତୀୟାଂଶ କେବଳ ଭାରତରୁ ଆସିବ ବୋଲି ବିଶେଷଜ୍ଞମାନେ ସହମତି ପ୍ରକାଶ କରିଛନ୍ତି । ଆଗକୁ ମଧ୍ୟ ଭାରତର ଶକ୍ତି ସଂରକ୍ଷଣରେ ବୃଦ୍ଧି ଘଟିବ ଏବଂ ଭାରତ ନୂଆ ଶକ୍ତି ଉତ୍ସକୁ ବାହାର କରିବା ଦଗରେ ମଧ୍ୟ ଗତି କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ଅନେକ କ୍ଷେତ୍ର ଏବଂ ପଲିସିରେ ସଂସ୍କାର ଆଣିଛୁ । ପୂର୍ବରୁ ଥିବା ସରକାରମାନେ ଲାଭାଂଶ ଏବଂ ରାଜସ୍ୱ ଉପରେ ଧ୍ୟାନ ଦେଉଥିଲେ । ମାତ୍ର ମୋଦିଙ୍କ ସରକାର ଏଥିରେ ଅଭୁତପୂର୍ବ ପରିବର୍ତନ କରିଛନ୍ତି । ଉତ୍ପାଦନକୁ ମହତ୍ୱ ଦିଆଯାଇଛି । ମୋଦିଙ୍କ ସରକାର ରାଜସ୍ୱ, ଲାଭାଂଶଙ୍କୁ ଗୁରୁତ୍ୱ ନଦେଇ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି । ଭାରତ ଶକ୍ତି ସଂରକ୍ଷଣ ଦିଗରେ ବୃଦ୍ଧି ହେଉଥିବାରୁ ଉତ୍ପାଦନକୁ ଆମେ ମହତ୍ୱ ଦେଇଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହାଦ୍ୱାରା ଦେଶରେ ଏବେ ଉତ୍ପାଦନକୁ ଏବ ବଡ ଗତି ମିଳିଛି । ଆମେ ଚୁକ୍ତିଭିତିକ ଆଧାରରରେ କାର୍ଯ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିବେଶ ପାଇଁ ଦେଶର କମ୍ପାନୀ ମାନଙ୍କୁ ଅଧିକ ସ୍ୱତନ୍ତ୍ରତା ଦିଆଯାଇଛି । ଇଜ ଅଫ୍ ଡୁଇଙ୍ଗ ବିଜନେସ୍କୁ ଗୁରୁତ୍ୱ ଦେବା ସହ ପଲିସିକୁ ସରଳୀକରଣ କରିବା
ପାଇଁ ମଧ୍ୟ ନିଣ୍ଣୟ ହୋଇଛି ବୋଲି ସେ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦେଶରେ ୧୩ କୋଟି ଏଲପିଜି ସଂଯୋଗ ଥିଲା । ଏହି ସଂଖ୍ୟା ୪ ବର୍ଷ ୯ ମାସରେ ବୃଦ୍ଧି ପାଇ ଦୁଇଗୁଣା ହୋଇଛି । ଏଲପିଜି ସଂଯୋଗ ମୋଟ ୨୬ କୋଟିରେ ପହଂଚିଲାଣି । ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୬ କୋଟି ୭୫ ଲକ୍ଷ ଜଣ ହିତାଧିକାରୀ ହେଲେଣି ବୋଲି ସେ କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top