Sports

ଆରମ୍ଭ ହେଲା ଭୁବନେଶ୍ୱର ହକି ବିଶ୍ୱକପ୍ କାଉଂଟଡାଉନ୍ !

ହକି ପାଇଁ ଓଡିଶା ଅନେକ ପରିଚିତ । ଆଉ ୪୮ ଦିନ ପରେ ଓଡିଶା ସାରା ହେବ ବିଶ୍ୱରେ ଚର୍ଚ୍ଚିତ ହେବା ସହିତ ଓଡିଶା କ୍ରୀଡା ଇତିହାସରେ ନିଜର ନାମ ରଚିବ । ଓଡିଶା ମାଟିରେ ପ୍ରଥମ ଓ ଦେଶରେ ତୃତୀୟ ଥର ପାଇଁ ହକିର ଶ୍ରେଷ୍ଠ ପ୍ରତିଯୋଗୀତା ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୨୮ ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୂବନେଶ୍ୱରର ବିଜୁ ପଟ୍ଟନାୟକ ହକି କମ୍ଲେକ୍ସରେ ଖେଳାଯିବାକୁ ଥିବା ହକି ବିଶ୍ୱ କପ୍କୁ “ଓଡିଶା ପୁରୁଷ ହକି ବିଶ୍ୱକପ-୨୦୧୮” ନାମକରଣ କରାଯାଇଛି । ଓଡିଶା ମାଟିରେ ଭାରତ ସହିତ ଆଉ ୧୬ଟି ଦେଶ ଖେଳ ଖେଳିବେ । ୧୯ ଦିନ ଧରି ଚାଲିବ ଖେଳ । ପୂର୍ବରୁ ଭାରତରେ ଏହି ପ୍ରତିଯୋଗିତା ମାତ୍ର ଦୁଇ ଥର ହୋଇଥିଲା । ୧୯୮୨ ମସିହାରେ ବମ୍ବେଠାରେ ଏବଂ ୨୦୧୦ ମସିହାରେ ନୂଆଦିଲ୍ଲୀ ଠାରେ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା ।
୪୮ ବର୍ଷର ଇତିହାସରେ ଭାରତ ଥରେ ବିଜେତା ହୋଇଥିଲେ ମଧ୍ୟ ଅଲମ୍ପିକ୍ସରେ ସବୁଠାରୁ ସଫଳତମ ଦେଶ ଭାବେ ୮ ଥର ସ୍ୱର୍ଣ୍ଣ ଜିତି ନିଜ ନାମକୁ ଅତୁଟ ରଖିଛି । ବିଶ୍ୱକପରେ ପଡୋଶୀ ପାକିସ୍ତାନ ସର୍ବଧିକ ୪ ଥର ବିଜେତା ହୋଇ ଶୀର୍ଷରେ ରହିଛି । କୁଆଲାଲମ୍ପୁରରେ ୧୯୭୫ ମସିହାରେ ଖେଳାଯାଇଥିବା ଫାଇନାଲରେ ଭାରତ ପାକିସ୍ତାନକୁ ୨-୧ ଗୋଲରେ ହରାଇ ବିଜେତା ହୋଇଥିଲା । ଏହା ପରେ ଭାରତ ଆଉ ଫାଇନାଲ ବିଜେତା ହୋଇ ପାରିନାହିଁ । ଭାରତ ଓ ପାକିସ୍ତାନକୁ ମିଶାଇ ଏସିଆ ୫ ଥର ବିଜେତା ହେବାର ଗୌରବ ରଖିଛି । ୟୁରୋପ ପାଇଁ ନେଦରଲାଣ୍ଡ (୩) ଓ ଜର୍ମାନୀ (୨) ମଧ୍ୟ ସମାନ ସଫଳତା ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଥର ଜିତିଛି ଆଷ୍ଟ୍ରେଲିଆ ।

୧୯୭୧ ମାସିହାରୁ ହକି ବିଶ୍ୱକପ ଆରମ୍ଭ ହୋଇଥିଲେ ମଧ୍ୟ ମହିଳାଙ୍କ ବିଶ୍ୱକପ ୩ ବର୍ଷ ପରେ ୧୯୭୪ ମସିହାରୁ ଆରମ୍ଭ ହୋଇଥିଲା । ଅଲମ୍ପିକ ଭଳି ଏହା ପ୍ରତି ୪ ବର୍ଷରେ ଆୟୋଜିତ ହୋଇଥାଏ । ଶେଷଥର ପାଇଁ ନେଦରଲ୍ୟାଣ୍ଡରେ ୨୦୧୪ ମସିହାରେ ଏହା ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଅଷ୍ଟ୍ରେଲିଆ ୬-୧ ରେ ଏକତରଫା ଭାବେ ଆୟୋଜକ ନେଦରଲ୍ୟାଣ୍ଡକୁ ହରାଇ ଲଗାତାର ଦୁଇଥର ତଥା ମୋଟ୍ ତିନିଥର ଟ୍ରଫି ହାତେଇ ଥିଲା । ଭାରତ ୧୯୭୫ ରେ ଥରେ ସ୍ୱର୍ଣ୍ଣ, ୧୯୭୩ ରେ ରୌପ୍ୟ ଏବଂ ୧୯୭୧ ମସିହାରେ କାଂସ୍ୟ ଜିତିବାର ସୌଭାଗ୍ୟ ପାଇଛି ।

ବିଶ୍ୱକପ୍ ପାଇଁ ଅକ୍ଟୋବର ୧୦ ତାରିଖରେ ନୂଆ ହକି ଷ୍ଟାଡିୟମ ଉଦଘାଟିତ ହେବାକୁ ଯାଉଛି । ସେହିଦିନ ଦେଶର ଦୁଇ ମହାନ ଖେଳାଳୀ ଦିଲ୍ଲୀପ ତିର୍କି ଓ ଧନରାଜ ପିଲ୍ଲେଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ । ନଭେମ୍ବର ୨୭ ତାରିଖରେ କଳିଙ୍ଗ ମୁଖ୍ୟ ଷ୍ଟାଡିୟମରେ ହବ ବିଶ୍ୱକପର ଉଦଘାଟନୀ ଉତ୍ସବ । ଓସ୍କାର ବିଜେତା ଏଆର ରେହମାନ ଓ ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ସହ ଶାହାରୁଖ ଖାନ, ଅକ୍ଷୟ କୁମାରଙ୍କ ଭଳି ବଲିଉଡ ତାରକା ମୁଖ୍ୟ ଆକର୍ଷଣ ସାଜିବେ ବୋଲି ସୂଚନା ମିଳିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top