Feature

ଆମ ଝିଅର ନାମ ତିତଲି

ତିତଲି ବାତ୍ୟା କାହାକୁ ଦୁଃଖ ଦେଇଗଲା ତ କାହାକୁ ଦେଇଗଲା ମିଠା ସ୍ମୃତି । ଗତ ୧୦ ତାରିଖ ରାତି ଠାରୁ ୧୧ ତାରିଖ ଦିନ ମଧ୍ୟରେ ବତ୍ୟା ତିତଲି ଯେତେବେଳେ ତାଣ୍ଡବ ରଚୁଥିଲା ଠିକ ସେହି ସମୟରେ ଓଡିଶା ରାଜ୍ୟରେ ଅନେକ ସହପିଟାଲରେ ଜନ୍ମ ନେଇଥିଲେ ଅନେକ ନବଜାତ ଶିଶୁକନ୍ୟା । ଯେଉଁ ନବଜାତ ଶିଶୁକନ୍ୟା ମାନଙ୍କ ନାମ ତିତଲି ରଖିବାର ମନସ୍ତ କରିଛନ୍ତି ପିତାମାତା ଓ ପରିବାର ଲୋକ । ତିତଲିର ଆଶଙ୍କା ନେଇ ଭୟଭିତ ଥିବା ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଗତ ରାତିରେ ମାଆ ହେବାର ସୌଭାଗ୍ୟ ଲାଭ କରିଥିଲେ ୧୭ ଜଣ ପ୍ରସୁତି ମହିଳା । ଏହି ବାତ୍ୟା ରାତିର ସ୍ମୃତିକୁ ସାଇତି ରଖିବା ପାଇଁ ତାଙ୍କ କୋଳରେ ଜନ୍ମ ନେଇଥିବା ନବଜାତ ଶିଶୁକନ୍ୟାର ନାମ ଅଧିକାଶଂ ପିତାମାତା ତିତଲି ରଖିବେ ବୋଲି କହିଛନ୍ତି । ଅନ୍ୟପଟେ ନୟାଗଡ ଜିଲ୍ଲା ଡାକ୍ତର ଖାନାରେ ଜନ୍ମ ନେଇଥିବା ନବଜାତ ଶିଶୁକନ୍ୟାର ନାମ ତିତଲି ରଖିବେ ବୋଲି ପିତା ଦେବୀ ପ୍ରସାଦ କହିଛନ୍ତି । ପୁଣି ଯେତେବେଳେ ବାତ୍ୟା ତିତଲି ତାର ଉଗ୍ରରୁପ ଧାରଣ କରି ଆତଙ୍କ ରଚୁଥିଲା ଠିକ ସେତିକି ବେଳେ ଆସ୍କା କଳାସୁତା ଗାଁର ପ୍ରସୁତି ମହିଳା ଗୀତାଞ୍ଜଳୀ ଗୌରଭ ଜନ୍ମ ଦେଇଥିଲେ ଏକ ଶିଶୁ କନ୍ୟାକୁ ଏବଂ ତାର ନାମ ମଧ୍ୟ ରଖିଥିଲେ ତିତଲି । ରାଜଧାନୀ ଉପକଣ୍ଠ ଭରତପୁର ରେସମାର ଗର୍ଭଯନ୍ତ୍ରଣା ହେବାରୁ ମେଡିକାଲରେ ଆଗୁଆ ଭର୍ତି କରିଥିଲେ ପରିବାର । ଏପଟେ ବାତ୍ୟା ତିତଲି ଲ୍ୟାଣ୍ଡଫଲ କରୁଥିବା ସମୟରେ ଝିଅ ଜନ୍ମ ହୋଇଥିବାରୁ ତାର ନାମ୍ ବି ତିତଲି ରଖିବେ ବୋଲି କହିଛନ୍ତି ପରିବାର ଲୋକ । ସେହିଭଳି ଅନ୍ୟଜଣେ ପ୍ରସୁତି କଲ୍ୟାଣୀ ନାଏକ ୧୦ ତାରିଖ ରାତିରେ ହସ୍ପିଟାଲ ଆସୁଆସୁ ବାଟରେ ଜନ୍ମ ଦେଇଥିଲେ ଏକ ଶିଶୁକନ୍ୟାକୁ । ତାର ନାମ ତିତଲି ରଖିବେ ବୋଲି କହିଛନ୍ତି ପିତାମାତା । ତାଣ୍ଡବ ରଚାଇ ତିତଲି ସିନା ଚାଲିଗଲା ହେଲେ ତାର ତାଣ୍ଡବ ଖେଳ ବେଳରେ ଜନ୍ମ ନେଇଥିବା ଶିଶୁକନ୍ୟାଙ୍କ ମଧ୍ୟରେ ସ୍ମୃତି ହୋଇ ରହିବ ତିତଲି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top