National International

ଆବୁଧାବୀରେ ରୋଡ ସୋରେ ଉଦବୋଧନ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତରେ ପୁଂଜିନିବେଶରେ ଭାଗିଦାର ହେବାକୁ ନିମନ୍ତ୍ରଣ କରିଛନ୍ତି । ଆବୁଧାବୀରେ ଡିସ୍କଭର୍ଡ ସ୍ମଲ ଫିଲ୍ଡ- ୨ ବିଡର ରୋଡ ସୋ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ୱାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଚାରି ବର୍ଷରେ ଭାରତ ତୈଳ ଓ ଗ୍ୟାସ କ୍ଷେତ୍ରରେ ଖୁବ ପ୍ରଗତି କରିଛି । ତେବେ କୌଣସି ଦେଶ, ଆନ୍ତର୍ଜାତିକ ସଂଗଠନ କିମ୍ବା କମ୍ପାନୀ ବିନା ଭାଗିଦାରିତାରେ ଏକୁଟିଆ ଖୁବ ଅଧିକ ଆଗକୁ ଯାଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ବର୍ତମାନ ବିଶ୍ୱର ତୃତୀୟ ସର୍ବାଧିକ ଶକ୍ତି ଉପଭୋକ୍ତା ଦେଶ । ଭାରତରେ ଗତ ଏକ ଦଶନ୍ଧିରେ ଶକ୍ତି ବ୍ୟବହାରର ୫ ପ୍ରତିଶତରୁ ଅଧିକ ବାର୍ଷିକ ବିକାଶ ହାରରେ ବଢୁଛି । ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଏହା ବାର୍ଷିକ ୪ ପ୍ରତିଶତ ହାରରେ ବଢିବାର ଆକଳନ କରା ଯାଉଛି । ବର୍ତମାନ ଭାରତର ଶକ୍ତି ଚାହିଦା ୨୨୯ ମିଲିୟନ ମେଟ୍ରିକ ଟନ ଥିବା ବେଳେ ୨୦୪୦ ବେଳକୁ ଏହା ୬୭୦ ମିଲିୟନ ମେଟ୍ରିକ ଟନ ହେବାକୁ ଯାଉଛି । ଅପଷ୍ଟ୍ରିମ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତରେ ଉଜ୍ୱଳ ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ର ପାଇଁ ଭାରତ ସରକାର ଅନେକ ପ୍ରକାର ନୀତିଗତ ସଂସ୍କାର ଆଣିଛନ୍ତି । ତେଣୁ ନିବେଶକ ମାନେ ଏଥିରେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top