Rural Odisha

ଆପ୍ ନେତାଙ୍କ କଂଗ୍ରେସରେ ଯୋଗଦାନ

ବିଶିଷ୍ଟ ଆମ୍ ଆଦମୀ ପାର୍ଟି ନେତା ତଥା ଭୁବନେଶ୍ୱର ଜିଲ୍ଲା ଆବାହକ ଶ୍ରୀ ସୋମନାଥ ମହାପାତ୍ର ଏବଂ ଭୁବନେଶ୍ୱର ଜିଲ୍ଲା ଆପ୍ର ସଂପାଦକ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ସେମାନଙ୍କର ସମର୍ଥକମାନଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ କଂଗ୍ରେସ ଦଳରେ ଗ୍ରହଣ କରି ନେଇଛନ୍ତି ।

କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଆମ୍ ଆଦମୀ ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଲେ ବୋଲି ଶ୍ରୀ ମହାପାତ୍ର ଓ ଶ୍ରୀ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ମୁଖପାତ୍ର ବିସ୍ମୟ ମହାପାତ୍ର ଓ ଜିଲ୍ଲାର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top