Featured

ଆଙ୍କରିଂ ଟ୍ରେନିଂ ପାଇଁ ଆଉଟରିଚର ସ୍ୱତନ୍ତ୍ର ସମର୍ କ୍ୟାମ୍ପ୍

ଦିନକୁ ଦିନ ଗଣମାଧ୍ୟମ ଶିଳ୍ପର ଗୁରୁତ୍ୱ ଓ କଳେବର ବୃଦ୍ଧି ପାଉଥିବାରୁ ଏଥିରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷ କରି ଟେଲିଭିଜନ୍ ଓ ରେଡିଓ ପରି ଇଲେକ୍ଟ୍ରୋନିକ୍ ମିଡିଆରେ ଆଙ୍କରି ପାଇଁ ବହୁ ଯୁବକ ଯୁବତୀଙ୍କ ସ୍ୱପ୍ନ ରହିଛି । ଏହା ଛଡା ଷ୍ଟେଜ୍ ଆଙ୍କରିଂ ମଧ୍ୟ ଭଲ ରୋଜଗାରର ଏକ ମାଧ୍ୟମ ପାଲଟିଛି ।

ଏହାକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଆଉଟରିଚ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରିବାକୁ ଯାଉଛି ଏକ ୧୫ ଦିନିଆ ସମର୍ ଟ୍ରେନିଂ କ୍ୟାମ୍ପ୍ । ଏହି କ୍ୟାମ୍ପରେ ରାଜ୍ୟର ବହୁ ଲୋକପ୍ରିୟ ଟେଲିଭିଜନ, ରେଡିଓ ଓ ଷ୍ଟେଜ୍ ଆଙ୍କର, ଏକ୍ସପର୍ଟ ଓ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବେ ।

ଏହି ଟ୍ରେନିଂରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଆର୍ଜେଇଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍ର ମୁଖ୍ୟ ସୁବ୍ରତ କୁମାର ପତି । ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ । ରାଜ୍ୟର ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗ୍ରହ ଦେଖାଉଥିବା ଜଣାପଡିଛି । ଦୂରରୁ ଆସୁଥିବା ଅଂଶଗ୍ରହଣକାରୀଙ୍କ ପାଇଁ ହଷ୍ଟେଲ୍ର ମଧ୍ୟ ବ୍ୟବସ୍ଥା ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ ଆଉଟରିଚ ନିୟମିତ ଭାବେ ଏଭଳି ଟ୍ରେନିଂ ଆୟୋଜନ କରୁଛି । ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି 7683870813 ବା 0674-2977280 ନମ୍ବରରେ ଯୋଗାଯୋଗ କରିପାରିବେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top