Media

ଆଇଆଇଏମସିରେ ଓଏସଓୟୁ ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଭାରତୀୟ ଜନ ସଂଚାର ସଂସ୍ଥାନରେ ଓଡି଼ଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ)ର ସାମ୍ବାଦିକତା ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଆଜି (ସୋମବାର) ପୂର୍ବାହ୍ଣରେ ସଂସ୍ଥାନର ଆଂଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣକୁ ଉଦଘାଟନ କରିଥିଲେ । ଏଥିରେ ଓଡି଼ଶାର ବିଭିନ୍ନ ପ୍ରାନ୍ତରରୁ ଶିକ୍ଷାର୍ଥୀମାନେ ଯୋଗ ଦେଇଛନ୍ତି । ସାମ୍ବାଦିକତା ପାଠ ଏକ ବ୍ୟାବହାରିକ ଶିକ୍ଷା । ସମ୍ବାଦପତ୍ର, ଦୂରଦର୍ଶନ, ରେଡିଓ ସାମ୍ବାଦିକତା ପାଇଁ ବୈଷୟିକ ଜ୍ଞାନ ସହ ସ୍ୱତନ୍ତ୍ର ଲେଖନ ଶୈଳୀର ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଲୋଡ଼ା । ହେଲେ ‘ଦୂରନିରନ୍ତର ଶିକ୍ଷାମାଧ୍ୟମ’ରେ ପଢୁଥିବା ସାମ୍ବାଦିକ ଶିକ୍ଷାର୍ଥୀଙ୍କ ପାଇଁ ଶ୍ରେଣୀଗୃହ ଓ ବ୍ୟାବହାରିକ ଶିକ୍ଷାର ସୁଯୋଗ ନ ଥାଏ । ଏହି ଅଭାବକୁ ଦୂରକରିବା ପାଇଁ ଓସଓୟୁରେ ସାମ୍ବାଦିକତା ପଢୁଥିବା ଶିକ୍ଷାର୍ଥୀଙ୍କୁ ସଂସ୍ଥାନରେ ପ୍ରଶିକ୍ଷଣ ଦିଆଯାଉଛି ।

୮୦ ଓ ୯୦ ଦଶକର ଦୂରଦର୍ଶନ ସାମ୍ବାଦିକତାରେ ବଡ଼ କ୍ୟାମେରା ବ୍ୟବହାର ହେଉଥିଲା । ଏଥିପାଇଁ ଜଣେ କ୍ୟାମେରା ମ୍ୟାନ ସହ ସାଉଣ୍ଡମ୍ୟାନ ନିୟୋଜିତ ହେଉଥିଲା । ପରେ କ୍ୟାମେରାର ଆକାର ଛୋଟ ହେବା ସାଙ୍ଗକୁ ସାଉଣ୍ଡମ୍ୟାନ ଆବଶ୍ୟକ ହେଲେନି । ଏବେ ମୋବାଇଲ ମାଧ୍ୟମରେ ଭିଡିଓ, ଫଟୋ ଉତ୍ତୋଳନ କର ତୁରନ୍ତ ଖବର ପ୍ରସାରଣ କରାଯାଇ ପାରୁଛି । ଦିନକୁ ଦିନ ବୈଷୟିକ ଜ୍ଞାନରେ ଦ୍ରୁତ ପରିବର୍ତ୍ତନ ହେଉଛି । ଏହାସହ ଦର୍ଶକ/ପାଠକଙ୍କ ମାନସିକତା ଓ ବୌଦ୍ଧିକତାକୁ ଦୃଷ୍ଟିରେ ରଖି ସମ୍ବାଦ ପରିବେଷଣର ଶୈଳୀ ବଦଳୁଛି । ଏସବୁ ଦୃଷ୍ଟିରୁ ସାମ୍ବାଦିକତା ପାଠ୍ୟ କ୍ରମରେ ବ୍ୟାବହାରିକ ପ୍ରଶିକ୍ଷଣ ଜରୁରି ବୋଲି ପ୍ରଫେସର ଚାଟାର୍ଜୀ କହିଥିଲେ । ପ୍ରଥମ ଦିନରେ ପ୍ରଶିକ୍ଷାର୍ଥୀମାନେ ମିଡିଆ ସଂଗ୍ରହାଳୟ ବୁଲି ଦେଖିଥିଲେ । ପରେ ପ୍ରଫେସର ଚାଟାର୍ଜୀ ପ୍ରଶିକ୍ଷଣର ରୂପରେଖ ଓ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଅବଗତ କରାଇଥିଲେ । ସହାୟକ ପ୍ରଫେସର ସମ୍ବିତ ପାଲଖବର, ନିବନ୍ଧ, ଲଳିତ ନିବନ୍ଧ, ସମୀକ୍ଷା ଲେଖିବାର ଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ପ୍ରଶିକ୍ଷାର୍ଥୀଙ୍କୁ ଦୂରଦର୍ଶନ, ରେଡିଓ ଓ ମୋବାଇଲ ସାମ୍ବାଦିକତାର ବ୍ୟାବହାରିକ ପ୍ରଶିକ୍ଷଣ ଦିଆଯିବ । ଆଗାମୀ ଶୁକ୍ରବାର ପ୍ରଶିକ୍ଷଣ ଉଦଯାପିତ ହେବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top