Sports

ଅଳିଆ ଗଦାରୁ ଏନଜିଓ ପାଇଲେ ଜାଡେଜାଙ୍କ ମ୍ୟାନ ଅଫ ଦ ମ୍ୟାଚ ଚେକ

କୌଣସି ଏକ କ୍ର୍ରିକେଟ ମ୍ୟାଚ ସରିଲା ପରେ ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କାର ସ୍ୱରୁପ ଲକ୍ଷାଧିକ ଟଙ୍କା ଚେକ ଆକାରରେ ଦିଆଯାଇଥାଏ । ବାସ୍ତବରେ ଏହା ଚେକ ନଥାଏ । ଉପସ୍ଥିତ ଦର୍ଶକ ଦେଖିବା ପାଇଁ ପ୍ରତୀକ ରୂପରେ ଏହି ଚେକ ଦିଆଯାଏ । ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ମିଳିଥିବା ମ୍ୟାନ ଅଫ ଦ ମ୍ୟାଚ ଚେକ ଏନଜିଓ ଏକ ଅଳିଆ ଗଦାରୁ ପାଇଛି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା । ଜାଡେଜା ଏକ ଲକ୍ଷ ଟଙ୍କାର ପ୍ରତୀକ ଚେକ ପାଇଥିଲେ ।

ଏହି ଚେକର କିଛି ମୂଲ୍ୟ ନଥିବାରୁ ଖେଳାଳିମାନେ ଏହାକୁ ରଖି ନଥାନ୍ତି । ତେବେ ସ୍ଥାନୀୟ ଏନଜିଓ ଏକ ଅଳିଆ ଗଦାରୁ ଚେକ ପାଇ ବିସିସିଆଇ ନିକଟରେ ଅପିଲ କରିଛି । ଏହି ଚେକ ପ୍ଲାଷ୍ଟିକରେ ତିଆରି ହୋଇଥାଏ । ଏହା ନନ ବାୟୋଡିଗ୍ରେଡେବଲ । ତେଣୁ ଚେକ ତିଆରିରେ ଏସବୁ ବ୍ୟବହାର ନ କରାଯାଉ ବୋଲି ଏନଜିଓ ତରଫରୁ କୁହାଯାଇଛି । ବିସିସିଆଇକୁ ଏହି ଅପିଲ ଏନଜିଓ ଫେସବୁକ ମାଧ୍ୟମରେ କରିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top