Market

ଅର୍ଥ ପ୍ରଦାନର ତଥ୍ୟ ରଖିବ ହ୍ୱାଟ୍ସଆପ୍

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ)ଦ୍ୱାରା ଧାର୍ଯ୍ୟ ନିୟମକୁ ମାନି ବାର୍ତା ଆଦାନ ପ୍ରଦାନ ସଂସ୍ଥା ହ୍ୱାଟ୍ସଆପ୍ ଆଜି ଭାରତରେ ଏକ ନୂଆ ସିଷ୍ଟମ୍ ସଂଯୋଗ କରିଛି । ଯେଉଁଥିରେ ଅର୍ଥ ପ୍ରଦାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗଚ୍ଛିତ ହୋଇ ରହିବ । ଗତ ଅପ୍ରିଲ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା ଯେ ସମସ୍ତ ସେବା ଉତ୍ପାଦନକାରୀ ସଂସ୍ଥା କେବଳ ଭାରତରେ ଏକ ସିଷ୍ଟମ୍ ସଂଯୋଗ କରିବେ । ଯେଉଁଥିରେ ସେମାନେ ସଂଚାଳନ କରୁଥିବା ଅର୍ଥ ପ୍ରଦାନ ସିଷ୍ଟମ୍ର ସମସ୍ତ ତଥ୍ୟ ଗଚ୍ଛିତ ହୋଇ ରହିବ । ଏହି ଘୋଷଣାର ଶେଷ ତାରିଖ ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଥିଲା ।

ହ୍ୱାଟ୍ସଆପର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ହ୍ୱାଟ୍ସଆପର ଅର୍ଥ ପ୍ରଦାନ ସିଷ୍ଟମର ବ୍ୟବହାର କରୁଛନ୍ତି । ସହଜ ଓ ସୁରକ୍ଷିତ ଭାବରେ ଜଣେ ଅନ୍ୟ ଜଣଙ୍କୁ ପଇସା ପଠେଇ ପାରୁଛନ୍ତି । ଆରବିଆଇର ନିୟମ ଅନୁଯାୟୀ ଆମେ ଏକ ସିଷ୍ଟମ ତିଆରି କରିଛୁ ଯାହା କେବଳ ଭାରତ ଭିିତରେ ଅର୍ଥ ପ୍ରଦାନର ତଥ୍ୟକୁ ଗଚ୍ଛିତ କରି ପାରିବ । ସେ ମଧ୍ୟ କହିଛନ୍ତି, ସଂସ୍ଥା ଶୀଘ୍ର ଭାରତରେ ଏହାର ସିଷ୍ଟମକୁ ସଂପ୍ରସାରଣ କରିବ ଓ ଭାରତର ଆର୍ଥିକ ବୃ୍ଦ୍ଧି ଲକ୍ଷ୍ୟରେ ଯୋଗଦେବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top